ନୂଆଦିଲ୍ଲୀ: ଧରା ପଡିଛି ପାକିସ୍ତାନର ସତ ,ନିଜ ମୁହଁରେ ନିଜେ ବଖାଣିଛି ସତ । ବର୍ତ୍ତମାନ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସାମରିକ ବାହିନୀ ଏବେ ପୁଲଓ୍ବାମା ଆକ୍ରମଣର ସତ ଓଗାଳିଛି । ୨୦୧୯ ମସିହାରେ ପୁଲୱାମା ଆଟାକରେ ଭାରତର ୪୦ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ହତ୍ୟାରେ ପାକିସ୍ତାନ ଭୂମିକା ଥିବା ନେଇ ନିଜେ ପାକିସ୍ତାନୀ ସେନା ସତ ମାନିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନୀ ସେନାର ଏକ କୌଶଳଗତ ପ୍ରତିଭା ଥିଲା ବୋଲି ସେନା ନିଜେ ସ୍ବୀକାର କରିଛି । ବର୍ଷ ବର୍ଷ ଧରି ପୁଲଓ୍ବାମା ଆକ୍ରମଣରେ ନିଜର ସ୍ଥିତି ଅସ୍ୱୀକାର କରିବା ପରେ ଏବେ ନିଜ ମୁଖ ଖୋଲିଛି ।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ ଅହମ୍ମଦ କହିଛନ୍ତି, ଆମେ ପୁଲୱାମାରେ ଆମର କୌଶଳଗତ ପ୍ରତିଭା ସହିତ ସେମାନଙ୍କୁ କହିବାକୁ ଚେଷ୍ଟା କରିଥିଲୁ । ଏହି ବିରଳ ସ୍ୱୀକାରୋକ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ନିର୍ଦ୍ଦୋଷତା ଦାବି ଏବଂ ଭାରତଠାରୁ ଏହାର ସମ୍ପୃକ୍ତି ଉପରେ ପ୍ରମାଣ ମାଗିବାର ବାହାନାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି ।
ତେବେ ଏହି ସମ୍ମିଳନୀରେ ଔରଙ୍ଗଜେବ ଅହମ୍ମଦଙ୍କ ସମେତ ଡିଜି ଆଇଏସ୍ପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଏବଂ ନୌସେନା ମୁଖପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ । ଭାରତ ପାକିସ୍ତାନ ଉତ୍ତେଜନା ନେଇ ନିଜର ମତ ରଖୁଥିବା ବେଳେ ଔରଙ୍ଗଜେବ ଅହମ୍ମଦ କହିଥିଲେ, ଯଦି ପାକିସ୍ତାନର ବାୟୁମଣ୍ଡଳ, ସ୍ଥଳଭାଗ, ଜଳଭାଗ କିମ୍ବା ଏହାର ଜନତାଙ୍କୁ ବିପଦରେ ପକାଯାଏ, ତେବେ କୌଣସି ପ୍ରକାରର ସାଲିସ ହୋଇପାରିବ ନାହିଁ। ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଆମେ ଆମ ଜାତି ପ୍ରତି ଋଣୀ। ପାକିସ୍ତାନୀ ଜନତାଙ୍କ ସଶସ୍ତ୍ର ବାହିନୀ ଉପରେ ଯେଉଁ ଗର୍ବ ଏବଂ ବିଶ୍ୱାସ ରହିଛି, ତାହା ଆମେ ସର୍ବଦା ଯେକୌଣସି ମୂଲ୍ୟରେ ବଜାୟ ରଖିଥାଉ। ଆମେ ପୁଲୱାମାରେ ଆମର ରଣନୈତିକ ପ୍ରତିଭା ମାଧ୍ୟମରେ ଏହା ଜଣାଇବାକୁ ଚେଷ୍ଟା କରିଥିଲୁ ବୋଲି କହିଛି ପାକିସ୍ତାନ ସେନା ଆହୁରି କହିଛି ଯେ ବର୍ତ୍ତମାନ ଆମେ ଆମର କାର୍ଯ୍ୟକ୍ଷମ ପ୍ରଗତି ଏବଂ ରଣନୈତିକ ବୁଦ୍ଧି ପ୍ରଦର୍ଶନ କରିଛୁ। ମୁଁ ବିଶ୍ୱାସ କରେ ଭାରତ ଏଥିପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି ।