ନୂଆଦିଲ୍ଲୀ: ପାକିସ୍ତାନ ଗୁଳିମାଡ଼ କଲେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରେ ଗତକାଲି (ଶନିବାର) ଠାରୁ ଅସ୍ତ୍ରବିରତି ନେଇ ଘୋଷଣା ହୋଇଛି। ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସ୍ତ୍ରବିରତିକୁ ନେଇ ବଡ଼ ବୟାନ୍ ଦେଇଛି। ମୋଦୀ କହିଛନ୍ତି, ପାକିସ୍ତାନ ଯୁଦ୍ଧ ବିରତି ଭାଙ୍ଗିଲା ପରିଣାମ ଭୟଙ୍କର ହେବ। ସେମାନଙ୍କ ଗୁଳିମାଡ଼ର ଜବାବ୍ ଆମେ ଗୋଳାମାଡ଼ରେ ଦେବୁ। ଏଥିସହ ପିଓକେକୁ ନେଇ ଅନ୍ୟ କୌଣସି ଦେଶର ମଧ୍ୟସ୍ଥତାର ଆବଶ୍ୟକା ନାହିଁ ବୋଲି ରୋକଠୋକ୍ କହିଛନ୍ତି ପ୍ରଧାନମନ୍ତ୍ରୀ। କାଶ୍ମୀରକୁ ନେଇ ଲକ୍ଷ୍ୟ ସ୍ପଷ୍ଟ ଅଛି ଓ ଏହାକୁ ନେଇ କାହାର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ଆଜି ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ଜେନେରାଲ ଅନୀଲ ଅନୀଲ ଚୌହ୍ବାନ, ତିନି ସେନା ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ପ୍ରତିଆକ୍ରମଣ ପାଇଁ ୱେଷ୍ଟର୍ଣ୍ଣ ବର୍ଡର କମାଣ୍ଡରଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ।
ଏଥିସହ ଅପରେସନ ସିନ୍ଦୂରକୁ ନେଇ ମୋଦି ଦେଶବାସୀଙ୍କୁ ବଡ଼ ସନ୍ଦେଶ ଦେଇଛନ୍ତି । ଅପରେସନ ସିନ୍ଦୂର ମାଧ୍ୟମରେ ଘରେ ପଶି ଭାରତୀୟ ଯବାନ ପାକିସ୍ତାନକୁ ଘାଇଲା କରି ବଡ଼ ବିଜୟ ପାଇଥିଲେ ବୋଲି ମୋଦି କହିଛନ୍ତି । ଅସ୍ତ୍ରବିରତି ପରେ ପ୍ରଥମ ଥର ପାଇଁ ମୋଦି ବଡ଼ ବୟାନ ଦେଇଛନ୍ତି ।