ହେଲା ମାନଭଞ୍ଜନ, କଂଗ୍ରେସ ପାଇଁ ପ୍ରଚାର କରିବେ ରିପୁ ସେଠ୍‌
Khabar Odisha:ripunath-seth-will-campaign-for-party-in-bijepur-bye-election
ଭୁବନେଶ୍ୱର, ଅକ୍ଟୋବର ୧୦ (ଖବର ଓଡ଼ିଶା):

ବିଜେପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପରେ ଏବେ ଦଳୀୟ କନ୍ଦଳ ବୃଦ୍ଧି ପାଇଛି । ପ୍ରାର୍ଥୀତ୍ୱ ନ ପାଇ ନିରାଶ ହୋଇଥିବା ରିପୁନାଥ ସେଠ୍‌ ଆଜି ରାଜ୍ୟ ମୁଖିଆଙ୍କୁ ଭେଟିଛନ୍ତି । ଦିଲ୍ଲୀପ ପଣ୍ଡା କିଏ ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ପ୍ରତିଉତ୍ତର ଦେଇଛନ୍ତି ।

ରିପୁନାଥ ସେଠ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସେ ଦିଲ୍ଲୀପ ପଣ୍ଡା କିଏ ବୋଲି ଚିହ୍ନି ନାହାଁନ୍ତି । ଦଳ ପାଇଁ ସେ ପ୍ରଚାର କରିବେ ବୋଲି କହିଛନ୍ତି । ସେପଟେ ରିପୁଙ୍କର ମାନଭଞ୍ଜନ ହୋଇଥିବା ସଭାପତି ମଧ୍ୟ କହିଛନ୍ତି । ରିପୁ ଦଳ ପାଇଁ ପ୍ରଚାର କରିବା ନେଇ ନିରଞ୍ଜନ ସୂଚନା ଦେଇଛନ୍ତି ।

ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପଙ୍କୁ ମଇଦାନକୁ ଓହ୍ଲାଇଛି । ଏହା ପରେ ରିପୁନାଥ ସେଠ୍‌ଙ୍କ ପ୍ରାର୍ଥୀ ହେବା ଆଶା ମଉଳି ଯାଇଥିଲା । 

  • Tags:

Subscribe

National International State Sports Entertainment