ନୂଆଦିଲ୍ଲୀ: ଦେଶରେ ରାଜନୈତିକ ଉଷ୍ମତା ପୁଣି ଥରେ ବୃଦ୍ଧି ପାଇଛି । ଗୋଟେ ପଟେ ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟସଭାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । କାରଣ ଚଳିତବର୍ଷ ନଭେମ୍ବର ମାସରୁ ଆସନ୍ତା ବର୍ଷ (୨୦୨୬) ଏପ୍ରିଲ ମାସ ଭିତରେ ଅନେକ ବଡ଼ ବଡ଼ ନେତା ରାଜ୍ୟସଭାରୁ ଅବସର ନେବେ । ଏହାଫଳରେ ୭୦ରୁ ଅଧିକ ଆସନ ଖାଲି ରହିବ ।
ରାଜ୍ୟସଭାରୁ ଅବସର ନେବାକୁ ଯାଉଥିବା ନେତାଙ୍କ ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡା, ଏନସିପି ମୁଖ୍ୟ ଶରଦ ପାୱାର, ବିଜେପି ନେତା ହରଦୀପ ପୁରୀ, ଜେଡିୟୁ ସାଂସଦ ହରିବଂଶ, ଏସ୍ପି ସାଂସଦ ରାମ ଗୋପାଳ ଯାଦବ, କଂଗ୍ରେସ ନେତା ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ପ୍ରିୟଙ୍କା ଚତୁର୍ବେଦୀ ଏବଂ ଆରଏଲଡି ନେତା ଉପେନ୍ଦ୍ର କୁଶୱାହାଙ୍କ ଭଳି ଅନେକ ବଡ଼ ନେତାଙ୍କ ନାମ ରହିଛି। ତେବେ ଏହି ସବୁଆସନଗୁଡ଼ିକ ପୂରଣ ପାଇଁ ବିଭିନ୍ନ ରାଜ୍ୟ ଗୁଡ଼ିକରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ।
ଜୁଲାଇ ୨୪ ରେ ଅବସର ନେବେ ଦୁଇ ଜଣ ସଦସ୍ୟ
ଏହି ନେତାମାନେ ୨୦୨୬ ମସିହାରେ ଅବସର ନେବା ପୂର୍ବରୁ, ଊଗକର ୱିଲସନ ଏବଂ ଚଗକର ଡକ୍ଟର ଅନବୁମଣି ରାମଦୋସଙ୍କ ସମେତ ଛଅ ଜଣ ନେତା ଚଳିତ ବର୍ଷ ମୌସୁମୀ ଅଧିବେଶନ ଆରମ୍ଭ ହେବାର ମାତ୍ର ତିନି ଦିନ ପରେ ଅର୍ଥାତ୍ ୨୪ ଜୁଲାଇରେ ଅବସର ନେବେ। ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ ଚାରି ଜଣ ସଦସ୍ୟଙ୍କୁ ମନୋନୀତ କରିଥିଲେ। ଏହା ସହିତ, ରାଜ୍ୟସଭାର ସଂଖ୍ୟା ୨୩୬ ରୁ ୨୪୦ କୁ ବୃଦ୍ଧି ପାଇଛି, କିନ୍ତୁ ୨୪ ଜୁଲାଇରେ ଛଅ ଜଣ ସଦସ୍ୟଙ୍କ ଅବସର ପରେ, ପୁଣି ଏହି ସଂଖ୍ୟା ୨୩୫ ହୋଇଯିବ।
ମଲ୍ଲିକାର୍ଜୁନ ଖଡଗେ ୨୫ ଜୁନ୍ ୨୦୨୬ ରେ ଅବସର ନେବେ
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୨୫ ଜୁନ୍ ୨୦୨୬ରେ ଅବସର ନେବେ। ଏଚ୍ ଡି ଦେବେଗୌଡ଼ା ଏବଂ ହରିବଂଶ ୯ ଏପ୍ରିଲ୍ ୨୦୨୬ରେ ଅବସର ନେବେ। ଏନସିପି ନେତା ଶରଦ ପାୱାର ମଧ୍ୟ ଏପ୍ରିଲ୍ ମାସରେ ଅବସର ନେବେ। ମହାରାଷ୍ଟ୍ରର ସାତ ଜଣ ସଦସ୍ୟ ଅବସର ନେବେ, ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଚତୁର୍ବେଦୀ ଏବଂ ରାମଦାସ ଆଠାୱଲେ ମଧ୍ୟ ଅଛନ୍ତି। ଜେଏମଏମର ଶିବୁ ସୋରେନ ଏବଂ କଂଗ୍ରେସର ଶକ୍ତିସିଂହ ଗୋହିଲ ମଧ୍ୟ ୨୦୨୬ ମସିହାରେ ଅବସର ନେବେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଦିଗବିଜୟ ସିଂହଙ୍କ ଭଳି ସାଂସଦମାନେ ମଧ୍ୟ ଅବସର ନେଉଛନ୍ତି। ଏହି ନେତାମାନଙ୍କୁ ପୁନଃନିର୍ବାଚିତ କରିବାରେ କଂଗ୍ରେସକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। କାରଣ ଦେଶର ସବୁଠାରୁ ପୁରୁଣା ଦଳ କର୍ଣ୍ଣାଟକ ଏବଂ ହିମାଚଳ ସହିତ ତେଲେଙ୍ଗାନାରେ ମଧ୍ୟ ସରକାର ରହିଛି, ହେଲେ ।ଏପରି ପରିସ୍ଥିତିରେ, କିଛି ଆସନ ପାଇଁ ଅଧିକ ଦାବିଦାର ରହିବେ। ତେଣୁ ଏଥିପାଇଁ କଂଗ୍ରେସ କେଉଁ ପଦକ୍ଷେପ ନେବ, ତାହା ସମୟ କହିବ ।