ସମ୍ବଲପୁର: ଭବିଷ୍ୟତରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ତାଙ୍କ ସ୍ଥାନାରେ ସେ ଯୁବପୀଢ଼ୀଙ୍କ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବେ ବୋଲି ସମ୍ବଲପୁରରେ ଆୟୋଜିତ ନିଯୁକ୍ତି ମେଳାରେ କହିଛନ୍ତି ଜୁଏଲ ।
ସମ୍ବଲପୁରଠାରେ ଆୟୋଜିତ ରୋଜଗାର ମେଳା ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଶନିବାର ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ ଆଉ ଆଗାମୀ ଦିନରେ କୌଣସି ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ସେ ଯୁବବର୍ଗଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବେ । କିନ୍ତୁ ସେ ଦଳ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ଦଳକୁ ସେ ନିଜର ନିଷ୍ପତ୍ତି ଜଣାଇବେ ଏବଂ ଦଳ ପକ୍ଷରୁ ଯାହା ଶେଷ ନିଷ୍ପତ୍ତି ନିଆଯିବ ତାହାକୁ ସେ ଗ୍ରହଣ କରିବେ । ଯଦି ଦଳ ଚାହିଁବ ତାଙ୍କୁ ରାଜ୍ୟସଭା କିମ୍ଵା ରାଜ୍ୟପାଳ ପଦ ପାଇଁ ପଠାଇପାରେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଜୁଏଲ ଓରାମ ସୁନ୍ଦରଗଡ଼ ଲୋକସଭା ଆସନରୁ ୮ ଥର ସାଂସଦ ଏବଂ ୨ ଥର ବିଧାୟକ ପାଇଁ ନିର୍ବାଚନ ଲଢ଼ି ସାରିଛନ୍ତି । ସେଥିପାଇଁ ତାଙ୍କର ଆଉ ନିର୍ବାଚନ ଲଢ଼ିବାକୁ ଇଚ୍ଛା ନାହିଁ ବୋଲି କହିଛନ୍ତି ।