ଭୁବନେଶ୍ୱର: ସରଳ ନିରୀହ ଡ୍ରାଇଭରମାନଙ୍କୁ ନେଇ ସଂଘ ପକ୍ଷରୁ କରାଯାଉଥିବା ଆନ୍ଦୋଳନରେ ରାଜନୈତିକ ଷଡ଼ଯନ୍ତ୍ର ଥିବା ତାହା ସ୍ପଷ୍ଟ ହୋଇସାରିଛି । ଦୀର୍ଘ ଚାରି ଦିନ ହେଲା ସାଧାରଣ ଜନତାଙ୍କୁ କଲବଲ କରୁଥିବାବେଳେ କଂଗ୍ରେସ ପାଇଁ ନିୟମକୁ କୋହଳ କରିବାକୁ ନେଇ ଅନେକ ଡ୍ରାଇଭରଙ୍କ ମଧ୍ୟର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ସରକାର ସମସ୍ତ ଦାବିକୁ ଶୁଣିବାକୁ ପ୍ରସ୍ତୁତ ଥିବା ସହିତ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ନେଇ ସାରିଥିବାବେଳେ କେବଳ କଂଗ୍ରେସ ସମାବେଶକୁ ସମର୍ଥନ କରିବା ନେତୃତ୍ୱମାନଙ୍କର ନ୍ୟସ୍ତ ସ୍ୱାର୍ଥ ବୋଲି କହିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯଥାଶୀଘ୍ର ଆନ୍ଦୋଳନରୁ ଓହରିଯିବାକୁ ମନ୍ତ୍ରୀ କହିଛନ୍ତି ।
ନିରୀହ ସରଳ ଡ୍ରାଇଭରମାନଙ୍କୁ ଭ୍ରମିତ କରାଯାଇ ଆନ୍ଦୋଳନ କରାଯାଉଛି । ସେମାନଙ୍କ ସହିତ ଆଲୋଚନା କରାଯାଉଛି । ତେଣୁ ଡ୍ରାଇଭରମାନେ ଅଯଥା ହଇରାଣ ନ ହୁଅନ୍ତୁ କିମ୍ବା କାହା କଥାରେ ପଥ ଭ୍ରଷ୍ଟ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆନ୍ଦୋଳନ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । କିନ୍ତୁ ଆନ୍ଦୋଳନ ଯେତିକି ପ୍ରଭାବିତ ହେବା କଥା ସେତିକି ପ୍ରଭାବଶାଳୀ ନୁହେଁ । ପରିବହନ ସେବା ସୁରୁଖରେ ମଧ୍ୟ ଚାଲିଛି । ତେଣୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।