ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ଟୋଲ୍ ଗେଟ୍ ନିକଟରେ ଡ୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭର ମାଡ଼ ମାରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଇଁତଳା ପୋଲିସ ମାମଲାରେ ୮ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି ।
ଆଜକୁ ୪ ଦିନ ହେଲାଣି ଡ୍ରାଇଭର ସଂଘ ଆନ୍ଦୋଳନ ଜାରି ରଖିଛି । ଗତକାଲି ବଲାଙ୍ଗୀର-ସୋନପୁର ରାସ୍ତାରେ ଆନ୍ଦୋଳନ ଚାଲିଥିବାବେଳେ ସେହି ବାଟ ଦେଇ ଏକ ମିନିଟ୍ରକ୍ ଯାଉଥିଲା । ଡ୍ରାଇଭରମାନେ ଗାଡ଼ିକୁ ଅଟକାଇଥିଲେ । ଟ୍ରକ୍ ଡ୍ରାଇଭର ମନୋଜ ବଗର୍ତ୍ତୀଙ୍କୁ ଅଟକାଇ ଅନ୍ୟଡ୍ରାଇଭରମାନେ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏ ନେଇ ସମ୍ପୃକ୍ତ ଡ୍ରାଇଭର ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।