ଭୁବନେଶ୍ୱର: ଦୀର୍ଘ ଚାରି ଦିନ ହେଲା ରାଜ୍ୟ ସରକାରଙ୍କୁ ଘେରି ଆନ୍ଦୋଳନ ଜାରି ରଖିଥିବା ଡ୍ରାଇଭର ମହାସଂଘ କଂଗ୍ରେସ ପାଇଁ କୋହଳ ହୋଇଛି । ଭୁବନେଶ୍ୱରରେ ରାହୁଲ ଗାନ୍ଧୀଙ୍କ ସମାବେଶ ପାଇଁ ଗାଡ଼ି ଛାଡ଼ିବାକୁ ସଂଘ ନିଷ୍ପତ୍ତି ନେଇଛି । ତେବେ ଏହି ଆନ୍ଦୋଳନକୁ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି । ଡାହାଣୀ ହୋଇ ଲାଗିବା ପୁଣି ଗୁଣିଆ ହୋଇ ଝାଡ଼ିବା କଂଗ୍ରେସର ଅଭ୍ୟାସ । କିଏ ରାଜନୀତି କରୁଛି ତାହା ସ୍ପଷ୍ଟ ହୋଇ ସାରିଛି ବୋଲି କହିଛନ୍ତି ବିଜେପି ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନାରେ ବିରଞ୍ଚି କହିଛନ୍ତି, ଡ୍ରାଇଭରଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ସରକାର ନିଷ୍ଠାର ସହିତ ଲାଗିଛନ୍ତି । ଏଥିପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି । କିନ୍ତୁ ଡ୍ରାଇଭରମାନେ ରାଜନୈତିକ ପ୍ରରୋଚନାରୁ ଦୂରରରେ ରହି ସରକାରଙ୍କ ସହିତ ସହଯୋଗ କରନ୍ତୁ । ଡ୍ରାଇଭରଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି ବିଜେପି ଉପ ସଭାପତି ।