ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆ ବିଜେପିରେ ମିଶିବା ଘଟଣା, ବିଜେଡ଼ିକୁ ଶକ୍ତ ଝଟ୍କା ଦେଇଛି। ବିଜେଡି ଜୟଙ୍କୁ ନୂଆପଡା ପାଇଁ ପ୍ରାର୍ଥୀ କରିବ ବୋଲି ଯେଉଁ ଆଶା ରଖିଥିଲା ତାହା ଏବେ ଧୂଳିସାତ ହୋଇଛି। କାରଣ ବିଜୁ ଜନତା ଦଳକୁ ଚକ୍ମା ଦେଇ ଭାରତୀୟ ଜନତା ପାଟିରେ ମିଶିଛନ୍ତି ଜୟ ଢୋଲକିଆ, ଯାହାକୁ ସହଜରେ ଗ୍ରହଣ କରିପାରୁନି ବିଜେଡି। ଆଜି ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି, ଏପରି ଶାଳୀନତା ଭୁଲିଯାଇ ବାପା-ପୁଅ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି।
ବିଜେଡିର ପ୍ରେସମିଟରେ ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପି ଦଳର ଘୋଡ଼ା ବେପାରରେ ସେ ବିକ୍ରି ହୋଇଗଲେ। ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ, ବରଂ ଏହାଦ୍ୱାରା ଜୟଙ୍କ ମୁଖା ଖୋଲିଗଲା।
କେବଳ ଏତିକି ନୁହେଁ ବାପା-ପୁଅ ସମ୍ପର୍କକୁ ନେଇ ପ୍ରତାପ କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ କେଵେ ଏହାକୁ ଗ୍ରହଣ କରି ନ ଥାନ୍ତେ। ଜୟ ଯଦି ପ୍ରକୃତରେ ରାଜେନ୍ଦ୍ରଙ୍କ ନିଜ ପୁଅ ହେଇ ଥାଆନ୍ତେ ତାହାଲେ ସେ କେବେ ବିଜେପିରେ ମିଶି ନଥାନ୍ତେ। ଜୟ ଢୋଲକିଆ ପୋଷ୍ୟ ପୁଅ ଯୋଗୁ ବିଜେପିକୁ ଯାଇଥିବା କହିଛନ୍ତି।