ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର୍ ମହମ୍ମଦ ସିରାଜଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରାଜ ବାଦ୍ ଦିଆଯିବାକୁ ନେଇ ରାଜନୀତି ତୀବ୍ର ହୋଇଛି । ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ମହମ୍ମଦ ସିରାଜଙ୍କ ନାମ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ଇମରାନ ମାସୁଦ । ଇମରାନଙ୍କ ଏଭଳି ଅଭିଯୋଗର କଡ଼ା ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ।
କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ମହମ୍ମଦ ସିରାଜଙ୍କୁ ଦଳରେ ଚୟନ କରାଯିବାକୁ ନ ନେଇ ପରୋକ୍ଷରେ ଧାର୍ମିକ ଭେଦଭାବକୁ ଇଙ୍ଗିତ କରିଛନ୍ତି । ସେ ସମ୍ବାଦ ସରବରାହ ସଂସ୍ଥା 'ଏଏନଆଇ' କୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ନିକଟ ଅତୀତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସତ୍ତ୍ୱେ, କେବଳ ନାମ କାରଣରୁ ଏହି ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ତାଙ୍କୁ ଦଳରେ ସ୍ଥାନ ମିଳିଲା ନାହିଁ। କାରଣ ତାଙ୍କ ନାମ ହେଉଛି 'ସିରାଜ' ଏବଂ ବୋଧହୁଏ ସେହି କାରଣରୁ ହିଁ ତାଙ୍କୁ ବାଦ୍ ଦିଆଯାଇଛି। ଯଦି ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ତାଙ୍କୁ ଚୟନ କରାଯାଏ ନାହିଁ, ତେବେ ଏହା ସ୍ପଷ୍ଟ ଭାବରେ ଏକ ଭେଦଭାବର ଉଦାହରଣ ଅଟେ।
କଂଗ୍ରେସ ସାଂସଦଙ୍କ ଏଭଳି ବୟାନକୁ କାଉଣ୍ଟର କରିଛନ୍ତି ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ । ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ କ୍ରିକେଟ୍ ଦଳ ଚୟନ କ୍ଷେତ୍ରରେ ମଧ୍ୟ 'ଭୋଟ୍-ବ୍ୟାଙ୍କ ରାଜନୀତି' କରୁଛି। କାରଣ କଂଗ୍ରେସ ଏବେ କ୍ରିକେଟ୍ ଦଳ ଚୟନରେ ମଧ୍ୟ ଭୋଟ୍-ବ୍ୟାଙ୍କ ରାଜନୀତିର ଆଶ୍ରୟ ନେଉଛି। ଯାହା ଅତ୍ୟନ୍ତ ଲଜ୍ଜାଜନକ ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ଚୂଡ଼ାନ୍ତ ଏକାଦଶରୁ ସିରାଜଙ୍କୁ ବାଦ୍ ଦିଆଯିବା ଘଟଣାରେ କ୍ରିକେଟ୍ ଜଗତର ବରିଷ୍ଠ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସୁନୀଲ ଗାଭାସ୍କର ଏବଂ ରବି ଶାସ୍ତ୍ରୀ ଉଭୟେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଏହାକୁ ଭୁଲ୍ ବୋଲି କହିଛନ୍ତି। ସେମାନେ ଦଳ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଏହି ଦ୍ରୁତ ବୋଲରଙ୍କ ଅଭିଜ୍ଞତାକୁ ବିଚାରକୁ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ମ୍ୟାଚ୍ରେ ଭାରତର ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଚାରି ଜଣ ଦ୍ରୁତ ବୋଲରଙ୍କୁ ପଡ଼ିଆକୁ ଓହ୍ଲାଇଛି ।