ନୂଆଦିଲ୍ଲୀ: ନବ ଦାସ ହତ୍ୟା ଘଟଣା ସଂପ୍ରତି ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଏବେ ନବଙ୍କ ହତ୍ୟା ଘଟଣାରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଟିଟିଲାଗଡ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଯେ, ସେ ସମୟରେ ଗୃହ ମନ୍ତ୍ରୀ ହାଉସରେ ହତ୍ୟାକାଣ୍ଡକୁ ଷଡଯନ୍ତ୍ର କହିଥିଲେ । କିନ୍ତୁ ସେ ସମୟରେ ସରକାର ସିବିଆଇ ତଦନ୍ତ କରାଇବାକୁ ପଛଘୁଞ୍ଚା ଦେଇଥିଲେ ।
ସାଲୁଜା କହିଛନ୍ତି, ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇ ଜାଣି ଶୁଣି ଘଟଣାକୁ ଚାପି ଦେଲେ । ଗୋପାଳ ପରି ଜଣେ ସାଧାରଣ ପୋଲିସ କାହିଁକି ହତ୍ୟା କଲା । ଏହାର ଷଡଯନ୍ତ୍ର ଦିଗରେ ତଦନ୍ତ କରାଗଲା ନାହିଁ । ସେ ସମୟରେ ସରକାର ଖାମଖିଆଲ ହୋଇ ତଦନ୍ତ ନିର୍ଦ୍ଦେଶ ଦେଲେ । ବର୍ତ୍ତମାନ ସରକାର ଯେଉଁ ବଡ ଲୋକ ଏଥିରେ ସଂପୃକ୍ତ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାନ୍ତୁ ।
ସୂଚନାଯୋଗ୍ୟ, ନବ ଦାସ ହତ୍ୟାକାଣ୍ଡ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି । କେମିତି ନବ ଦାସଙ୍କୁ ଗୁଳି କଲା ପରେ ତାଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା, ତାର ଖୁଲାସା ରିପୋର୍ଟରୁ ହୋଇଛି । ଏପରିକି କେଳବ ଗୋପାଳ ଦାସ ନୁହେଁ ଏଥିରେ ଅନ୍ୟ କିଛି ଲୋକଙ୍କ ସଂପୃକ୍ତି ଥିବା ମଧ୍ୟ କୁହାଯାଇଛି । ତେଣୁ ଏବେର ମୋହନ ମାଝୀ ସରକାର ଉପରେ ସିବିଆଇ ତଦନ୍ତ କରାଇବା ନେଇ ଦାବି ଉଠିଛି ।