ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ସମସ୍ୟା। ମନି ଲଣ୍ଡରିଂ ମାମଲାରେ ଏବେ ତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହାକୁ ଅନୁମୋଦନ କରିଛନ୍ତି। ଗୃହ ମନ୍ତ୍ରଣାଳୟ (ଫେବୃଆରୀ ୧୪)ରେ ଏଥିପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲା।
ଅଧିକ ପଢନ୍ତୁ: 'ବେଟି ବଚାଓ' ଭାଷଣ ପାଇଁ ଛାତ୍ରୀଙ୍କୁ ମିଳିଥିଲା ପୁରସ୍କାର; ଦୁଷ୍କର୍ମ କଲେ ଶିକ୍ଷକ, ହାରି ନାହାନ୍ତି ଏହି ଝିଅ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ BNSର ଧାରା ୨୧୮ ଅନୁଯାୟୀ କୋର୍ଟରେ ମାମଲା ଚଳାଇବା ପାଇଁ ଅନୁମତି ମାଗିଥିଲା । ମନ୍ତ୍ରଣାଳୟ କହିଥିଲା ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ମିଳିଥିବା ସାମଗ୍ରୀ ଆଧାରରେ, ଜୈନଙ୍କ ବିରୋଧରେ ମାମଲା ରୁଜୁ ଉପରେ ମଞ୍ଜୁରୀ ପ୍ରଦାନ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ମିଳିଛି। ତେଣୁ କୋର୍ଟରେ ମାମଲା ଚଲାଇବା ପାଇଁ ଦାବି କରାଯାଇଛି । ମଙ୍ଗଳବାର ଏହି ମାମଲାରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଏବେ କୋର୍ଟରେ ଏହି ମାମଲର ତଦନ୍ତ କରାଯିବ ।