ନୂଆଦିଲ୍ଲୀ: କଂଗ୍ରେସ ଭିତରେ ପୁଣି ଥରେ ମତଭେଦ ଗଭୀର ହେଉଥିବ ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ, ଭାରତର ବିଦେଶ ନୀତି ଦେଶରେ ଏଲପିଜି ଯୋଗାଣ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ପାର୍ଟିର ଶୀର୍ଷ ନେତୃତ୍ୱ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । ଗୋଟିଏ ପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ମୋଦୀ ସରକାରଙ୍କ କୂଟନୀତି ଉପରେ ହମଲା କରୁଥିବା ବେଳେ ଅନ୍ୟପଟେ କମଲନାଥ, ଆନନ୍ଦ ଶର୍ମା, ଶଶି ଥରୁର ଓ ମନୀଷ ସିସୋଦିଆଙ୍କ ପରି ବରିଷ୍ଠ ନେତା ସରକାରଙ୍କ ପଦକ୍ଷେପର ପ୍ରଶଂସା କରି ସଭିଙ୍କୁ ଚକିତ କରି ଦେଇଛନ୍ତି ।
ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଜାରି ଉତ୍ତେଜନାକୁ ନେଇ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଆଭିମୁଖ୍ୟର କଡା ସମାଲୋଚନା କରିଛନ୍ତି । ସେ ଭାରତର ବର୍ତ୍ତମାନ ବିଦେଶ ନୀତିକୁ ଦୁର୍ବଳ ଓ ସାଲିସଯୁକ୍ତ ବୋଲି ଦର୍ଶାଇଛନ୍ତି । ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟାର ନିନ୍ଦା କରିବାକୁ ଦାବି କରିଥିଲେ ।
କିନ୍ତୁ ତାଙ୍କ ପାର୍ଟିର ବରିଷ୍ଠ ସହଯୋଗୀ ଶଶି ଥରୁର ସରକାରଙ୍କ ପଦକ୍ଷେପକୁ ଦାୟିତ୍ୱବାନ କୂଟନୀତି ଦର୍ଶାଇଛନ୍ତି । ଥରୁରଙ୍କ ବୟାନ ରାହୁଲଙ୍କଠୁ ସଂପୂର୍ଣ୍ଣ ଭିନ୍ନ ରହିଛି । ଏହି କ୍ରମରେ ଆନନ୍ଦ ଶର୍ମା ମଧ୍ୟ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ସଙ୍କଟରେ ଭାରତର କୂଟନୀତି ପ୍ରବନ୍ଧନ ପରିପକ୍ୱ ଓ କୁଶଳ । ସେ ଏହାକୁ ରାଷ୍ଟ୍ରୀୟ ଏକତାର ବିଷୟ ଦର୍ଶାଇ କହିଛନ୍ତି ଯେ, ଏମିତି ସମ୍ବେଦନଶୀଳ ସମୟରେ ରାଷ୍ଟ୍ରୀୟ ସହମତି ଓ ଏକଜୁଟତା ଆବଶ୍ୟକ ରହିଛି ।
ଦେଶରେ ନାହିଁ ଏଲପିଜି ସଙ୍କଟ- କମଲନାଥ
ଗୋଟିଏ ପଟେ କଂଗ୍ରେସର ହାଇକମାଣ୍ଡ ଏଲପିଜିର ଅଭାବକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପାର୍ଟିର ଦାବି ବିପରୀତ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜ୍ୟ କିମ୍ବା ଦେଶରେ ଗ୍ୟାସର କୌଣସି ଅଭାବ ନାହିଁ । ଏହା କେବଳ ଏକ ମାହୋଲ ସୃଷ୍ଟି କରାଯାଉଛି । କଂଗ୍ରେସର ନେତାମାନଙ୍କ ଏମିତି ବୟାନ ବିଜେପିକୁ କଂଗ୍ରେସକୁ ଘେରିବା ପାଇଁ ସୁଯୋଗ ମିଳି ଯାଇଛି ।
Also Read: ଷ୍ଟ୍ରେଟ ଅଫ ହର୍ମୁଜ ପରେ ଏବେ ବାବ ଅଲ ମନ୍ଦେବ ଉପରେ ଇରାନର ନଜର, ବଢିପାରେ ତେଲ ଦାମ