ନୂଆଦିଲ୍ଲୀ: ଷ୍ଟ୍ରେଟ ଅଫ ହର୍ମୁଜରେ ଜାରି ଉତ୍ତେଜନା ମଧ୍ୟରେ ଇରାନ ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମୁଦ୍ରୀ ମାର୍ଗ ବାବ ଅଲ ମନ୍ଦେବ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଛି । ଏହି ପଦକ୍ଷେପରେ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ଏବଂ ଉର୍ଜା ଯୋଗାଯୋଗକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଇରାନର ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫଙ୍କ ନିକଟରେ ଦେଇଥିବା ବୟାନରୁ ସଙ୍କେତ ଦେଇଛନ୍ତି ଯେ, ଏହି ରଣନୀତି ଜଳମାର୍ଗରେ ଆଉ ଏକ ଉତ୍ତେଜନାର କେନ୍ଦ୍ର ପାଲଟିପାରେ ।
ଫେବୃଆରୀ ୨୮ରେ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲର ହମଲା ପରେ ଇରାନ ଓ ପଶ୍ଚିମ ଦେଶ ମଧ୍ୟରେ ଉତ୍ତେଜନା ବଢି ଯାଇଛି । ଏହି କାରଣରୁ ହର୍ମୁଜ ପ୍ରଣାଳୀରୁ ଜଳମାର୍ଗରେ ଯାତାୟତ ପ୍ରଭାବିତ ହୋଇଛି । ଏହି ମାର୍ଗ ଦୁନିଆର ସବୁଠୁ ମହତ୍ୱପୂର୍ଣ୍ଣ ଜଳମାର୍ଗ ମଧ୍ୟରୁ ଅନ୍ୟତମ । ଏହାର ମାର୍ଗ ଅବରୋଧ ହେବାରୁ ପୂର୍ବର ହିଁ ବୈଶ୍ୱିକ ବଜାରରେ ଅସ୍ଥିତରତା ବଢି ସାରିଛି । ଏବେ ବାବ-ଅଲ-ମନ୍ଦେବ ଉପରେ ସମ୍ଭାବିତ ଉତ୍ତେଜନାରୁ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ।
କଣ ଏହି ଷ୍ଟ୍ରେଟ ଅଫ ବାବ-ଅଲ-ମନ୍ଦେବ ?
ଷ୍ଟ୍ରେଟ ଅଫ ବାବ-ଅଲ-ମନ୍ଦେବ ଲାଲ ସାଗରକୁ ଏଡନର ଉପସାଗର ସହ ସଂଯୋଗ କରୁଛି । ଆଉ ଏକ ୟମନରେ ଅବସ୍ଥିତ, ଯାହା ଏହାକୁ ଅତ୍ୟଧିକ ସମ୍ବେଦନଶୀଳ ଏବଂ ରଣନୈତିକ ମହତ୍ୱପୂର୍ଣ୍ଣ କରିଛି । ଏହି ମାର୍ଗ ୟୁରୋପ ଓ ଏସିଆ ମଧ୍ୟରେ ବ୍ୟବସାୟର ପ୍ରମୁଖ ସମୁଦ୍ର ମାର୍ଗ । ଏଠାରୁ ବ୍ୟାପକ ମାତ୍ରାରେ ଅଶୋଧିତ ତୈଳ, ଏଲଏନଜି, ଗହମ, ଚାଉଳ ଓ ଉର୍ବରକ ଦୁନିଆର ବିଭିନ୍ନ ଦେଶରେ ପରିବହନ ହୋଇଥାଏ ।
ୟମନର ହୂତି ବିଦ୍ରୋହୀ ପୂର୍ବର ଏହି କ୍ଷେତ୍ରରେ ଜାହାଜ ଉପରେ ହମଲା କରିବାକୁ ଧମକ ଦେଇ ସାରିଛି । ଏହା ଇରାନ ସମର୍ଥିତ ଏକ୍ସିସ ଅଫ ରେଜିଷ୍ଟାନ୍ସର ପ୍ରଥମ ଅଂଶ ବୋଲି କୁହାଯାଏ । ୨୦୨୩ ଅକ୍ଟୋବରରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠୁ ହୁୁତି ବିଦ୍ରୋହୀ ମିସାଇଲ, ଡ୍ରୋନ ଓ ବିସ୍ଫୋରକ ଜାହଜ ଜରିଆରେ ଲୋହିତ ସାଗର ଓ ଏଡନର ଉପସାଗରୀୟ ଅଞ୍ଚଳରେ ଅନେକ ବ୍ୟବସାୟିକ ଜାହାଜକୁ ଟାର୍ଗେଟ୍ କରାଯାଏ । ନିକଟରେ ମାର୍ଚ୍ଚ ୨୮ରେ ହୁତି ଇସ୍ରାଏଲ ଉପରେ ମିସାଇଲ ମାଡ କରିଥିଲା । ବର୍ତ୍ତମାନର ଉତ୍ତେଜନା ପରେ ଏହା ପ୍ରଥମ ବଡ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା ।