ଭୁବନେଶ୍ୱର: ବଲିଉଡର ଅର୍ଥ ହେଉଛି ଚର୍ଚ୍ଚା, ଅର୍ଥାତ ଏଠାରେ ସବୁବେଳେ ଗୁଜବ ଲଗି ରୁହେ । ସବୁଠାରୁ ଚର୍ଚ୍ଚିତ ଗୁଜବ ହେଉଛି ଶାହାରୁଖ ଖାନ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କକୁ ନେଇ । ଶାହାରୁଖଙ୍କୁ ତାଙ୍କ ଫ୍ୟାନ୍ସ ମାନେ କିଙ୍ଗ୍ ଖାନଙ୍କ ସହିତ ଫ୍ୟାମିଲି ମ୍ୟାନ ମଧ୍ୟ ସମ୍ବୋର୍ଦ୍ଧନା କରିଥାନ୍ତି ।
ତେବେ ତାଙ୍କ ନାମକୁ ବହୁତ ବର୍ଷ ପୂର୍ବରୁ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ନାମ ସହିତ ଯୋଡା ଯାଉଥିଲା । ଦୁଇ ଜଣଙ୍କୁ ନେଇ ଆଜିବି ଚର୍ଚ୍ଚା କରାଯାଉଛି ଏବଂ ସୋସିଆଲ ମିଡିଆରେ ବିଭିନ୍ନ ମିମ୍ସ୍ ମଧ୍ୟ ଭାଇରାଲ ହେଉଛି। କିନ୍ତୁ ଏବେ ବହୁତ ଦିନ ପରେ, ଉଭୟଙ୍କୁ IPL 2025ର ଉଦଘାଟନୀ ଉତ୍ସବରେ ଏକାଠି ଦେଖିବାକୁ ଯାଉଛନ୍ତି ଦର୍ଶକ। ପ୍ରଶଂସକମାନେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି ।
ଶାହାରୁଖ ଏବଂ ପ୍ରିୟଙ୍କାଙ୍କୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହିତ
ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଉପସ୍ଥିତି ବିଷୟରେ ସମସ୍ତେ ଆଲୋଚନା କରୁଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (KKR) ମାଲିକ ଶାହରୁଖ ତାଙ୍କ ଦଳକୁ ସମର୍ଥନ କରିବା ପାଇଁ ସେଠାରେ ଉପସ୍ଥିତ ରହିବେ। ଯଦିଓ ପ୍ରିୟଙ୍କାଙ୍କ ଅଂଶଗ୍ରହଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ ତାଙ୍କ ଉପସ୍ଥିତି ଖବର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଦେଇଛି।
ସିକନ୍ଦରର ପ୍ରମୋସନ ପାଇଁ ସଲମାନ ଆସିବେ
ସଲମାନ ଖାନ ମଧ୍ୟ ତାଙ୍କ ଫିଲ୍ମ 'ସିକନ୍ଦର'ର ପ୍ରଚାର ପାଇଁ ସେଠାରେ ଉପସ୍ଥିତ ରହିବେ। ତାଙ୍କ ଫିଲ୍ମ ଈଦ୍ ଅବସରରେ 30 ମାର୍ଚ୍ଚ 2025ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏ.ଆର୍. ମୁରୁଗାଦୋସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଶ୍ମିକା ମନ୍ଦନା ଏବଂ କାଜଲ ଅଗ୍ରୱାଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଲକ୍ଷ ଲକ୍ଷ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ IPLର ପ୍ଲାଟଫର୍ମ ଉପଯୁକ୍ତ। ସେଥିପାଇଁ ଭାଇଜାନ ଏଠାରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 କେବଳ କ୍ରିକେଟ୍ ପର୍ଯ୍ୟନ୍ତ ସୀମିତ ନୁହେଁ - ଏହା ଉଭୟ କ୍ରୀଡା ଏବଂ ଗ୍ଲାମରର ମିଶ୍ରଣ। ଉଦଘାଟନୀ ଉତ୍ସବ ୨୨ ମାର୍ଚ୍ଚ, ୨୦୨୫ରେ କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ, ଯେଉଁଥିରେ ଅନେକ ବଲିଉଡ ତାରକା, ଗାୟକ ଏବଂ ଆନ୍ତର୍ଜାତୀୟ କଳାକାର ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବେ। ବିକି କୌଶଳ, ସଞ୍ଜୟ ଦତ୍ତ, କ୍ୟାଟ୍ରିନା କୈଫ୍, ମାଧୁରୀ ଦୀକ୍ଷିତ, ଆୟୁଷ୍ମାନ ଖୁରାନା, ଅନନ୍ୟା ପାଣ୍ଡେ ଏବଂ ସାରା ଅଲି ଖାନଙ୍କ ପରି ବଲିଉଡ ଷ୍ଟାରମାନେ ଏହି ସନ୍ଧ୍ୟାକୁ ରଙ୍ଗୀନ କରିବାକୁ ପ୍ରସ୍ତୁତ।