ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ନିଜ ଶକ୍ତିର ଏକ ଝଲକ ପ୍ରଦାନ ସ୍ୱରୂପ ଜାରି କରିଛି ଏକ ନୂଆ ଭିଡ଼ିଓ । ଯେଉଁଥିରେ ଯୁଦ୍ଧ କିମ୍ବା ଉତ୍ତେଜନା ସମୟରେ ବାୟୁସେନା କିପରି ଆକାଶରେ ପ୍ରହରୀ ହୋଇଥାଏ ଓ ଶତ୍ରୁର ଆକ୍ରମଣକୁ ବିଫଳ କରେ, ତାହା ଦେଖିବାକୁ ମିଳିଛି । ଭିଡ଼ିଓ ମାଧ୍ୟମରେ କେମିତି ଆକାଶରେ ଏୟାର ଷ୍ଟ୍ରାଇକ କରେ ଭାରତୀୟ ବାୟୁସେନା, କେମତି ଶତ୍ରୁକୁ କ୍ଷଣିକରେ ଧ୍ୱଂସ କରିବାର କ୍ଷମତା ରଖୁଛି ତାହା ଦର୍ଶାଇଛି ବାୟୁସେନା । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଦୋହଲାଇ ଦେଇଥିବା ଭାରତୀୟ ବାୟୁସେନାର ବୀରତ୍ୱର ଗାଥା ଏଥିରେ ଦେଖିବାକୁ ମିଳିଛି
ଭାରତୀୟ ବାୟୁସେନାର ଏହି ଭିଡିଓରେ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଶକ୍ତି ମଧ୍ୟ ଦେଖାଯାଇଛି। ଯୁଦ୍ଧ ସମୟରେ, ଶତ୍ରୁପକ୍ଷର କ୍ଷେପଣାସ୍ତ୍ରରୁ ଦେଶକୁ ସୁରକ୍ଷା ଦେବା କେବଳ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ସମ୍ପ୍ରତି ବିଶ୍ୱ ଅପରେସନ ସିନ୍ଦୂର ସମୟରେ ଏହାର ଶକ୍ତି ଦେଖିଛି। "ଭାରତୀୟ ବାୟୁସେନା ସର୍ବଦା ଦୃଢ଼ତାର ସହିତ ଜବାବ ଦିଏ," ଭିଡିଓଟିରେ କୁହାଯାଇଛି।
ଭାରତୀୟ ବାୟୁସେନାର ଏହି ଭିଡିଓ ଦେଖିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହେବା ନିଶ୍ଚିତ, କାରଣ ସମ୍ପ୍ରତି ଅପରେସନ ସିନ୍ଦୂର ସମୟରେ, ଭାରତୀୟ ବାୟୁସେନା ପାକିସ୍ତାନରେ ବହୁତ ଧ୍ୱଂସ ଘଟାଇଛି। ଭାରତୀୟ ସଶସ୍ତ୍ର ବାହିନୀ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିନଥିଲେ ବରଂ ପରେ ପାକିସ୍ତାନୀ ଆକ୍ରମଣର ଜବାବରେ ଏହାର ଅନେକ ବାୟୁସେନା ଘାଟିକୁ ମଧ୍ୟ ଧ୍ୱଂସ କରିଥିଲେ।