ଉତ୍ତର ପ୍ରଦେଶ : ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଲା ଦିଲ୍ଲୀ-ଡିବ୍ରୁଗଡ଼ ରାଜଧାନୀ ଏକ୍ସପ୍ରେସ୍ । ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ରାଜଧାନୀ ଏକ୍ସପ୍ରେସ ସମେତ ୨ଟି ଯାତ୍ରୀବାହୀ ଟ୍ରେନ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ କାଠଗଣ୍ଡି ବାନ୍ଧିଲେ ଦୁର୍ବୃତ୍ତ । ହେଲେ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଟ୍ରେନ । ଉତ୍ତରପ୍ରଦେଶର ହର୍ଦୋଇ ଜିଲାରୁ ଏହି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଧଲେନନଗର ଏବଂ ଉମରତାଲି ଷ୍ଟେସନ ମଧ୍ୟଭାଗ ରେଳ ଧାରଣାରେ କାଠଗଣ୍ଡି ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ସେହି ରୁଟ୍ରେ ଆସୁଥିବା ରାଜଧାନୀ ଏକ୍ସପ୍ରେସର ଲୋକୋ ପାଇଲଟ୍ ଜରୁରିକାଳୀନ ବ୍ରେକ୍ ଲଗାଇ ଟ୍ରେନକୁ ଅଟକାଇଥିଲେ । ନିଜେ ଟ୍ରେନରୁ ଓହ୍ଲାଇ ଧାରଣାରୁ କାଠଗଣ୍ଡି ହଟାଇଥିଲେ । ପରେ ସେ ଏନେଇ ଉପରିସ୍ଥ ରେଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଜିଆରପି, ଆରପିଏଫ ଏବଂ ସ୍ଥାନୀୟ ପୁଲିସ ଦ୍ଵାରା ଏହାର ତଦନ୍ତ କରାଯାଉଛି।