ଛତିଶଗଡ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ନକ୍ସଲ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀଙ୍କୁ ମିଳିଲା ସଫଳତା । ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ ହୋଇଛନ୍ତି।
ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ନକ୍ସଲମାନେ ରହିଥିବା କୌଣସି ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ଖବର ପାଇଥିଲେ । ଏନେଇ ଡିଆରଜି ଏବଂ ପୋଲିସର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ଏହି ଅପରେସନରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନ କରିଥିଲେ । ପରବର୍ତ୍ତୀ ଜବାବରେ ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ଗୁଳି ଚାଳନ କରିଥିଲେ। ଏହି ଗୁଳି ଚାଳନରେ ୨ ନକ୍ସଲ ନିହତ ହୋଇଛନ୍ତି। ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଅଧିକ ପଢ଼ନ୍ତୁ: ବଢିଲା ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରଶ୍ରମିକ: ଏଣିକି ୨ ହଜାର ପରିବେର୍ତ୍ତ ମିଳିବ ୩ ହଜାର ଟଙ୍କା, ଏପ୍ରିଲ ୧ ରୁ ହେବ ଲାଗୁ