ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନି ଉପରେ 50 ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହା ଯୋଗୁଁ, କପଡ଼ା, ହୀରା ଏବଂ ଚିଙ୍ଗୁଡ଼ି ବ୍ୟବସାୟ ବହୁତ ପ୍ରଭାବିତ ହେବ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସରକାରଙ୍କୁ ଏକ ଚେତାବନୀ ଦେଇ ସତର୍କ କରାଇଛନ୍ତି । କୌଣସି ଏକ ବ୍ୟବସାୟିକ ଅଂଶୀଦାର ଉପରେ ମାତ୍ରାଧିକ ନିର୍ଭରଶୀଳ ହେବା ଏକ ବିପର୍ଯ୍ୟୟ ସଦୃଶ ଏବଂ ଏହା ଏକ ବଡ଼ ଚେତାବାନୀ ବୋଲି କହିଛନ୍ତି ରାଜନ୍ ।
ରାଜନ ଚେତାବନୀ ଦେଇଛନ୍ତି ଯେ ଆଜିର ବିଶ୍ୱ ବ୍ୟବସ୍ଥାରେ, ବାଣିଜ୍ୟ, ନିବେଶ ଏବଂ ଅର୍ଥ ବ୍ୟବସ୍ଥାକୁ କ୍ରମାଗତ ଭାବରେ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି ଏବଂ ଭାରତ ସତର୍କତାର ସହିତ ପଦକ୍ଷେପ ନେବା ଉଚିତ । ବାଣିଜ୍ୟ ଏବେ ଏକ ଅସ୍ତ୍ର ପାଲଟିଛି । ଏହା ଏକ ଚେତାବନୀ । କୌଣସି ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଉଚିତ୍ ନୁହେଁ । ଆମକୁ ସବୁ ଦିଗକୁ ଦେଖିବା ଉଚିତ୍ । ରାଜନ୍ ପୂର୍ବ ଦିଗକୁ ଅର୍ଥାତ ୟୁରୋପ ଏବଂ ଆଫ୍ରିକାକୁ ଇଙ୍ଗିତ କରିଛନ୍ତି । ୟୁରୋପ ଏବଂ ଆଫ୍ରିକାକୁ ଆଡକୁ ଦେଖିବା ଉଚିତ ଏବଂ ଆମେରିକା ସହିତ ଆଗକୁ ବଢ଼ିବା ଉଚିତ । କିନ୍ତୁ ଏପରି ସଂସ୍କାର କାର୍ଯ୍ୟକାରୀ କରିବା ଉଚିତ୍ ଯାହା ଆମ ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଆବଶ୍ୟକ ୮-୮.୫% ଅଭିବୃଦ୍ଧି ହାର ହାସଲ କରିବାରେ ସାହାଯ୍ୟ କରିବ ।