ଯଦିଓ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି, ତଥାପି ଏହା ଭାରତୀୟ ଅର୍ଥନୀତି ଉପରେ ସେଭଳି କୌଣସି ବଡ଼ ପ୍ରଭାବ ପକାଇବ ନାହିଁ। ଏକଥା ଆମେ କହୁନାହିଁ, ଏହାର ଆକଳନ EY ଇଣ୍ଡିଆ ରିପୋର୍ଟରେ କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତ ୨୦୩୮ ସୁଦ୍ଧା ଽ ୩୪.୨ ଟ୍ରିଲିୟନର ମୋଟ ଘରୋଇ ଉତ୍ପାଦ (PPP) ସହିତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହୋଇପାରିବ। ଆମେରିକାର ଟାରିଫ୍ ଚାପ ସତ୍ତ୍ୱେ ଭାରତ ଆଗକୁ ବଢ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
ଶୁଳ୍କ ଉତ୍ତେଜନା ସତ୍ତ୍ବେ ଅର୍ଥନୀତି ସୁଦୃଢ଼ ଅଛି
EY ଇଣ୍ଡିଆ କହିଛି ଯେ ତମାମ ଚ୍ୟାଲେଞ୍ଜ ପରେ ବି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି। ଦେଶ ଏକ ଦୃଢ଼ ଆର୍ଥିକ ଭିଭିଭୂମି ସହିତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଶୁଳ୍କ ଚାପ ଏବଂ ଧୀର ବାଣିଜ୍ୟ ଭଳି ବିଶ୍ବ ଅନିଶ୍ଚିତତା ସତ୍ତ୍ବେ, ଘରୋଇ ଚାହିଦା ଉପରେ ନିର୍ଭରଶୀଳତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ବନ୍ଧିତ କ୍ଷମତା ଯୋଗୁଁ ଭାରତୀୟ ଅର୍ଥନୀତି ଦୃଢ଼ ରହିଛି। ରିପୋର୍ଟରେ ଆକଳନ କରାଯାଇଛି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ ଡଲାର (PPP) ପହଞ୍ଚିପାରେ।
ଏହି ସଂଖ୍ୟାଗୁଡ଼ିକ ଦ୍ରୁତ ଗତିର ପ୍ରମାଣ
ରିପୋର୍ଟରେ ଭାରତ ୧୩ ବର୍ଷ ମଧ୍ୟରେ ଏହି ମହାନ ସଫଳତା କିପରି ହାସଲ କରିବାକୁ ଯାଉଛି ତାହା ସଂଖ୍ୟା ସହିତ ବ୍ୟାଖ୍ୟା କରାଯାଇଛି। ଏଥିରେ କୁହାଯାଇଛି ଯେ ବୃହତ ଅର୍ଥନୀତି ମଧ୍ୟରେ, ୨୦୨୫ ମସିହାରେ ଭାରତର ହାରାହାରି ବୟସ ୨୮.୮ ବର୍ଷ, ଦ୍ଵିତୀୟ ସର୍ବାକ ସଞ୍ଚୟ ହାର ଏବଂ ସରକାରୀ ଋଣ-ଜିଡିପି ଅନୁପାତ ୨୦୨୪ ମସିହାରେ ୮୧.୩% ରୁ ୨୦୩୦ ସୁଦ୍ଧା ୭୫.୮% କୁ ହ୍ରାସ ପାଇବାର ଆକଳନ କରାଯାଇଛି, ଯେତେବେଳେ ଶ୍ରେଷ୍ଠ ଅର୍ଥନୀତି ତାଲିକାରେ ଅନ୍ତର୍ଭୁକ୍ତ ଅନ୍ୟ ଦେଶଗୁଡ଼ିକରେ ଋଣ ସ୍ତର ନିରନ୍ତର ବୃଦ୍ଧି ପାଉଛି।
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଦ୍ବାରା ଆକଳନ କରାଯାଇଥିବା ୨୦୨୮-୨୦୩୦ର ହାରାହାରି ଅଭିବୃଦ୍ଧି ହାରକୁ ଉଦ୍ଧୃତ କରି, EY ରିପୋର୍ଟରେ କୁହାଯାଇଛି ଯେ ଭାରତ ୨୦୩୮ ସୁଦ୍ଧା ଚଚଚ ଦୃଷ୍ଟିରୁ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବ, ଯାହାର ଆନୁମାନି ନିକ GDP ଆକାର ଽ୩୪.୨ ଟ୍ରିଲିୟନ ହେବ । ଏଠାରେ ଏହା ବୁଝିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ GDP (PPP) କ'ଣ? ତେଣୁ ଆମେ ଆପଣଙ୍କୁ କହିବୁ ଯେ ଏହାର ଅର୍ଥ କ୍ରୟ ଶକ୍ତି ସମତା ଉପରେ ଆଧାରିତ ମୋଟ ଘରୋଇ ଉତ୍ପାଦ । PPP ବ୍ୟବହାର କରି, ଦେଶଗୁଡ଼ିକ ମଧ୍ୟରେ ଆର୍ଥିକ ଉତ୍ପାଦନର ଏକ ଅଧିକ ନ୍ୟାୟସଙ୍ଗତ ତୁଳନା କରାଯାଏ, କାରଣ ରଣ ଏହା ଦର୍ଶାଏ ଯେ ଏକ ଦେଶର ଆମେରିକୀୟ ଡଲାର ରେ କେତେ କ୍ରୟ ମୂଲ୍ୟ ଅଛି।
ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଆମେରିକା, ଚୀନ, ଜର୍ମାନୀ ଆଉ ଜାପାନ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଚୀନର ଅର୍ଥନୀତି ୨୦୩୦ ବେଳକୁ ୪୨.୨ ଟ୍ରିଲିୟନ୍ ଡଲାର ଛୁଇଁବା ନେଇ ଅନୁମାନ କରାଯାଉଛି । ଏପରି ହେଲେ ଚୀନ୍ ଅର୍ଥନୀତି ଏକ ନମ୍ବର ହୋଇଯିବ। ତେବେ ଚୀନ୍ ପାଇଁ ଚ୍ୟାଲେଞ୍ଜ ହେଇଛି, ତାର ବୃଦ୍ଧ ଜନସଂଖ୍ୟା । ତେବେ ରିପୋର୍ଟରେ କିନ୍ତୁ ଆସନ୍ତା ୧୩ ବର୍ଷ ଭିତରେ ଭାରତ ବଡ଼ କମାଲ କରିବ ବୋଲି ଅନୁମାନ କରାଯାଇଛି ।