ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତରେ ଅଛନ୍ତି । ସେଠାରେ ବହୁ ଲୋକାଭିମୁଖି ଯୋଜନାର ଶୁଭାରମ୍ଭ କରିବା ସହିତ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । କିନ୍ତୁ ମୋଦୀ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଧିକାରୀଙ୍କୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଇନ ଶୃଙ୍ଖଳାକୁ ନେଇ ଆଲୋଚନା କରିଥିଲେ । କିଛି ଦିନ ପୂର୍ବରୁ କାଶୀରେ ହୋଇଥିବା ଏକ ଗଣ ଦୁଷ୍କର୍ମ ମାମଲାରେ ଦୃଢ଼ ଦୃଢ଼ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେ ସମ୍ବନ୍ଧରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜଣେ ନିଖୋଜ ଯୁବତୀଙ୍କ ୨୩ ଜଣ ଯୁବକ ମିଶି ଅଲଗା ଅଲଗା ସ୍ଥାନରେ ରଖି ଦୁଷ୍କର୍ମ କରିଥିଲେ । ପ୍ରାୟ ୬ ଦିନ ଧରି ସହରର ବିଭିନ୍ନ ହୋଟେଲରେ ରଖି ଗଣ ଦୁଷ୍କର୍ମ କରିଥିଲେ । ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଜଣକ ଜଣକ ପରେ ଶୀକାର ବନାଇଥିଲେ । ପୋଲିସ ଏହି ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ ଜଣଙ୍କୁ ଗିରଫ କରିଛି ।