ଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଝିଅର ବିବାହ। ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ବେଶ୍ ଧୁମଧାମରେ ସେମାନଙ୍କ ବିବାହ ହୋଇଛି। ଗତକାଲି(ଗୁରୁବାର) ଏକ ପଞ୍ଚତାରକା ହୋଟେଲରେ ସେମାନଙ୍କ ନିର୍ବନ୍ଧ ଓ ସଙ୍ଗୀତ ସେରିମନି ଥିବା ବେଳେ ଏଥିରେ ବାପା କେଜ୍ରିୱାଲ ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ପତ୍ନୀ ସୁନୀତାଙ୍କ ହାତ ଧରି ଷ୍ଟେଜରେ ପୁଷ୍ପାର ସୁପରହିଟ୍ ଗୀତ ‘ସାମି-ସାମି’ରେ ଡ୍ୟାନ୍ସ କରିଛନ୍ତି କେଜ୍ରିୱାଲ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
पति पत्नी का यह जोड़ा कितना लय में है! क्या आप पहचान पा रहे हैं? यह दिल्ली के पूर्व मुख्यमंत्री अरविंद केजरीवाल और उनकी पत्नी सुनीता हैं। एक निजी आयोजन था शांगरी-ला, दिल्ली में। pic.twitter.com/hlQn9HfFoR
— डॉ रमाकान्त राय (@RamaKRoy) April 18, 2025
ତେବେ କେଜ୍ରିୱାଲଙ୍କ ଝିଅ ବିବାହ ସମାରୋହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଅନେକ ବଡ଼ ବଡ଼ ନେତା ଏଥିରେ ଅଂଶଗ୍ରହଣ କରିଥିଲେ। ଗତକାଲି ରାତିରେ ହର୍ଷିତାଙ୍କ ସଙ୍ଗୀତ ସେରିମନୀରେ ଭଗବନ୍ତ ମାନ୍ ବି ତାଙ୍କ ପତ୍ନୀଙ୍କ ସହ ଭାଙ୍ଗଡ଼ା ନୃତ୍ୟ କରିଛନ୍ତି।
କେଜ୍ରିୱାଲଙ୍କ ଝିଅ ହର୍ଷିତା ଆଇଆଇଟିରୁ ପାଠ ପଢିଛନ୍ତି। ସେ ନିଜ ପୁରୁଷ ବନ୍ଧୁ ସମ୍ଭବ ଜୈନଙ୍କୁ ବିବାହ କରିଛନ୍ତି। ସମ୍ଭବ ମଧ୍ୟ ହର୍ଷିତାଙ୍କ ସହ ଦିଲ୍ଲୀରୁ ଆଇଆଇଟି ପାଠ ପଢିଛନ୍ତି। ସେ ଏବେ ଘରୋଇ ସଂସ୍ଥାରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ହର୍ଷିତା ଓ ସମ୍ଭବ ଗତ କିଛି ମାସ ପୂର୍ବରୁ ଏକ ଷ୍ଟାଟ୍ଆର୍ପ ଆରମ୍ଭ କରିଥିଲେ। ଆଜି ସେମାନଙ୍କ ବିବାହ ଥିବା ବେଳେ ଆସନ୍ତା ୨୦ ଅପ୍ରେଲରେ ଉଭୟଙ୍କ ରିସେପସନ ପାର୍ଟି ରହିଛି। ତେବେ ଉଭୟଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।