ନୂଆଦିଲ୍ଲୀ, ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛି । କମ୍ପାନୀରେ ତାଲିମ ନେଉଥିବା ୨୪୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଏକକାଳୀନ ବହିଷ୍କୃତ କରିଛି । କମ୍ପାନୀର ମାନବ ସମ୍ବଳ ବିଭାଗରୁ ଆସିଥିବା ଏକ ଇମେଲରୁ ସ୍ପଷ୍ଟ ହୋଇଛି ।
ଇନଫୋସିସ କମ୍ପାନୀରେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥୀମାନେ ଏକ ଇଣ୍ଟରନାଲ ପରୀକ୍ଷା ଦେଇଥିଲେ । ଯାହାର ନାମ ଥିଲା ଜେଲେରିକ୍ ଫାଉଣ୍ଡେସନ୍ ଟ୍ରେନିଂ ପ୍ରୋଗ୍ରାମ । ସେହି ପରୀକ୍ଷାରେ କୃତକାର୍ଯ୍ୟ ନ ହେବାରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ, ଡାଉଟ୍ କ୍ଲିଅର୍ ସେସନ ଏବଂ ତିନି ତିନି ଥର ପରୀକ୍ଷା ଦେବା ପରେ ମଧ୍ୟ କୃତକାର୍ଯ୍ୟ ହୋଇ ପାରି ନ ଥିବାରୁ ବହିଷ୍କାର କରାଯାଇଛି ବୋଲି ଇମେଲରେ କୁହାଯାଇଛି ।
୨୦୨୪ ଅକ୍ଟୋବରେ କମ୍ପାନୀରେ ଯୋଗ ଦେଇଥିବା ୭୩୦ ଜଣ ଟ୍ରେନି ପିଲାଙ୍କର ଫାଇନାଲ ପରୀକ୍ଷା ଗତକାଲି ଅନୁଷ୍ଠିତ ହୋଇଥିଲା । ଫେବୃୟାରୀ ମାସରେ ୩୦୦ ଜଣ ଟ୍ରେନି ପିଲାଙ୍କୁ ବହିଷ୍କାର କରାଯାଇଥିଲା ।