ଚେନ୍ନାଇ: ଜାତୀୟ ତଦନ୍ତ ସଂସ୍ଥା (NIA) ଇସଲାମିକ୍ ଷ୍ଟେଟ୍ ମଡ୍ୟୁଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମଙ୍ଗଳବାର ତାମିଲନାଡୁରେ ଆତଙ୍କବଦୀ ସଙ୍ଗଠନ ଆଇଏସଆଇଏଲ ସହିତ ଜଡିତ ୧୬ ଟି ସ୍ଥାନରେ ଚଢ଼ଉ କରିଛି ଏନଆଇଏ । ସିରକାଝି ଏବଂ ଥିରୁମୁଲାଇଭାସଲରେ ତଲାସି କରାଯାଇଥିଲା ।
ଆଇଏସଆଇଏସ ଦ୍ୱାରା ଯୁବକମାନଙ୍କୁ କଟ୍ଟରପନ୍ଥୀ କରାଯାଉଛି । କେରଳ ଓ ତାମିନନାଡ଼ୁର ଯୁବକମାନଙ୍କୁ ଆଇଏସଆଇଏସରେ ଭର୍ତ୍ତି କରିବାକୁ ଉଦ୍ୟମ କରାଯାଉଛି । ଯାହାର ଗୁଇନ୍ଦା ସୂଚନା ଆଧାରରେ ଚେନ୍ନାଇର ଅନେକ ଅଞ୍ଚଳରେ ଚଢାଉ ଜାରି ରହିଛି । ଚେନ୍ନାଇର ମୟିଲାଦୁଥୁରାଇ ସମେତ ଅନେକ ଅଞ୍ଚଳରେ ଏନଆଇଏ ଖୋଳତାଡ଼ କରାଯାଉଛି । ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।
ଯାଞ୍ଚ ସଂସ୍ଥା ଜାନୁଆରୀ ୨୫ ତାରିଖରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଏହି ଲୋକମାନେ ନିଷିଦ୍ଧ ସଂଗଠନ ପିଏଫଆଇ ସହିତ ଜଡିତ ଥିଲେ।