ପ୍ରୟାଗରାଜ: ଗୋଟେ ପଟେ ଦଳାଚକଟା, ଅନ୍ୟପଟେ ଶ୍ରଦ୍ଧା, ଭକ୍ତି ଓ ଆସ୍ଥାର ମହାପର୍ବ। ଆଜି ମୌନୀ ଅମବାସ୍ୟା ପାଇଁ ଜନସମୁଦ୍ର ପାଲଟିଛି ସଙ୍ଗମ ତଟ । ଏଥିପାଇଁ ଭକ୍ତଙ୍କ ଭିତରେ ଦଳାଚକଟା ପରିସ୍ଥିତ ସୃଷ୍ଟି ହୋଇଛି । ପରିସ୍ଥିତି ଏମିତି ହୋଇଥିଲା ଯେ, ଅମୃତ ସ୍ନାନ ପାଇଁ ବିଶ୍ୱର ଏହି ସର୍ବବୃହତ ଧାମିର୍କ ଆୟୋଜନ ଭିତରେ ବଡ଼ ଅଘଟଣ ଘଟିଯାଇଥିଲା । ଭିଡ଼ ଭିତରେ ଦଳାଚକଟା ଯୋଗୁଁ ଏକାଧିକ ଆହତ ହୋଇଛନ୍ତି । କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା । ପରେ ଉତ୍ତରପ୍ରଦେଶ ସରକାର ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛନ୍ତି । ସେପଟେ ଭିଡ଼ ଭିତରେ ବି ଅମୃତ ସ୍ନାନ କରିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଦିନ ୧୨ଟା ସୁଦ୍ଧା ୪ କୋଟି ଲୋକେ ସଙ୍ଗମତଟରେ ଅମୃତ ସ୍ନାନ କରି ବୁଡ଼ ପକାଇ ସାରିଛନ୍ତି ।
ସୂଚନା ଅନୁସାରେ, ଆଜି ମୌନୀ ଅମାବାସ୍ୟା ଉପଲକ୍ଷେ ୧୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାର ଲକ୍ଷ୍ୟ ରହିଛି । ମହାସ୍ନାନ ପୂର୍ବରୁ ଦଳାଚକଟା ସ୍ଥିତି ଉପୁଜିଥିବାରୁ କିଛି ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତଥାପି ମହାକୁମ୍ଭରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଚାଲିଛି ଅମୃତ ସ୍ନାନ ।
ଅଧିକ ପଢନ୍ତୁ: ମହାକୁମ୍ଭରେ ଦଳାଚକଟା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ଯୋଗୀ, ଦୁର୍ଘଟଣାର ରିପୋର୍ଟ ଦେଉଛନ୍ତି ଡିଜିପି
ଅନ୍ୟପଟେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ସଙ୍ଗମ ଜୋନରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ ଏତେ ପରିମାଣରେ ଥିଲା ଯେ ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ରାତି ପ୍ରାୟ ୧ରୁ ୨ ଟା ମଧ୍ୟରେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ପାର ହେବାକୁ ଚେଷ୍ଟା କରିବା ସମୟରେ ଦଳାଚକଟା ପରସ୍ଥିତି ଉପୁଜିଥିଲା । ଫଳରେ ଅନେକ ଭକ୍ତ ଆହତ ହୋଇଥିଲେ । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ଭକ୍ତମାନଙ୍କ ନିରାପଦ ସ୍ନାନ ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ ଜାରି ରହିଛି । ସେପଟେ ଭିଡ଼ କମିବା ପରେ ପୁଣି ଥରେ ସାହି ସ୍ନାନ ଆରମ୍ଭ ହୋଇଛି। ଶୋଭାଯାତ୍ରା କରି ବିଭିନ୍ନ ଆଖଡ଼ାରୁ ସାଧୁସନ୍ଥ ଆସି ଅମୃତ ସ୍ନାନ କରୁଛନ୍ତି ।