ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପୁଣି ଥରେ ଇସ୍ଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍)କୁ ବେଆଇନ ବୋଲି ଘୋଷଣା କରିଛନ୍ତି । ଶୁକ୍ରବାର ସରକାର ଆଇଆରଏଫ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅବଧିକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ୟୁଏପିଏ ଆଇନ ୧୯୬୭ ଆଧାରରେ ଅଧିସୂଚନା ଜାରି କରି ଆଇଆରଏଫର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡାକ୍ତର ଜାକିର ନାଇକଙ୍କ ଭାଷା ଓ ବୟାନକୁ ଆପତ୍ତିଜନକ ଦର୍ଶାଇ ତାଙ୍କ ଗତିବିଧି ଉପରେ ଲଗାଯାଇଥିବା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ଜାକିର୍ ଭିନ୍ନ ଭିନ୍ନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଘୃଣା ମନୋଭାବ ସୃଷ୍ଟି କରିବା, ଶତ୍ରୁତା ଏବଂ ବିଦ୍ରୋହ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସରକାର ଅଭିଯୋଗ ଲଗାଇଛନ୍ତି । ଯଦି ସଂଗଠନ ଉପରେ ପ୍ରତିବନ୍ଧକ ନ ଲଗାଯାଏ ତେବେ ତାଙ୍କର ବେଆଇନ କାର୍ଯ୍ୟକଳାପ ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଦେଶରେ ଶାନ୍ତି, ଅଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବାକୁ କେନ୍ଦ୍ର ସରକାର ପୁନର୍ବାର ନିଜର ନିଷ୍ପତିକୁ ଦୋହରାଇଛନ୍ତି ।
ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେସନ୍
ଆଇଆରଏଫ୍ ଏକ ବେଆଇନ ଲାଭାନ୍ୱିତ ସଂସ୍ଥା ଅଟେ । ୧୯୯୧ ମସିହା ଫେବୃଆରୀ ମାସରେ ଡା. ଜାକିର ନାଇକ ମୁମ୍ବାଇରେ ପ୍ରତିଷ୍ଠା କରିଥିଲେ । ଭାରତ ସରକାର ପୂର୍ବରୁ ଏହି ସଂଗଠନକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅନୁଯାୟୀ ନିଷିଦ୍ଧ କରିଥିଲେ। ସେତେବେଳେ ସରକାର ସଂଗଠନ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଥିଲେ, ଯେଉଁଥିରେ ଯୁବପିଢ଼ିଙ୍କୁ ମୌଳବାଦୀ କରିବା, ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟକଳାପ ଏବଂ ଟଙ୍କା ଧଳା କରିବା ଅନ୍ତର୍ଭୁକ୍ତ। ଏହି ଚିନ୍ତା ଏବଂ ଜାକିର ନାଏକଙ୍କ କାର୍ଯ୍ୟକଳାପକୁ ଉଲ୍ଲେଖ କରି, ସରକାର ଏବେ ନିଷେଧକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।