ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ସବୁବେଳେ ଉତ୍ଥାନ-ପତନରେ ପରିପୂର୍ଣ୍ଣ ରହିଥାଏ, କିନ୍ତୁ ବାଂଲାଦେଶର ନୂତନ ଅନ୍ତରୀଣ ସରକାର ଏବେ ଭାରତ ବିରୋଧୀଙ୍କ ପ୍ରତି ଏତେ ଅନ୍ଧ ହୋଇଯାଇଛନ୍ତି ଯେ ନିଶା ଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗ ମଧ୍ୟ ଆଣିଛନ୍ତି। କେବଳ ଏତିକି ନୁହେଁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ ଭାରତ ସହ ପୂର୍ବ ଚୁକ୍ତିର ସମୀକ୍ଷା କରିବାକୁ ଘୋଷଣା କରିଛନ୍ତି।
ବାଂଲାଦେଶର ଅନ୍ତରୀଣ ସରକାରରେ ଗୃହ ବ୍ୟାପାର ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲାମ ଚୌଧୁରୀ ବୁଧବାର (ଜାନୁଆରୀ ୨୯) ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଯେ ଭାରତରୁ ବାଂଲାଦେଶକୁ ଫେନସିଡିଲ୍ ନାମକ ଏକ ଔଷଧ ଚୋରା ଚାଲାଣ ହେଉଛି। ମହମ୍ମଦ ଜାହାଙ୍ଗୀର ଆଲାମ ଚୌଧୁରୀଙ୍କ କହିବା ଅନୁଯାୟୀ, ଭାରତୀୟ ନାଗରିକମାନେ ଫେନସେଡିଲ୍ ଔଷଧ ତିଆରି କରନ୍ତି, କିନ୍ତୁ ବାସ୍ତବରେ ଏହା ଏକ ନିଶା ଯାହା ବେଆଇନ ଭାବେ ବାଂଲାଦେଶକୁ ଚୋରା ଚାଲାଣ ହେଉଛି। ସୀମାର ୧୫୦ ଗଜ ମଧ୍ୟରେ କୌଣସି ନିଷ୍ପତ୍ତି ଉଭୟ ଦେଶର ସହମତି ବିନା ନିଆଯାଇ ପାରିବ ନାହିଁ, ତେଣୁ ଏହି ଚୁକ୍ତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।
ବାଂଲାଦେଶ ସରକାର ଏବେ ଭାରତ ସହ ପୁରୁଣା ଚୁକ୍ତିର ସମୀକ୍ଷା କରିବାକୁ ଯୋଜନା କରୁଛନ୍ତି। ବାଂଲାଦେଶର ଖବରକାଗଜ ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ଶେଖ୍ ହସିନା ସରକାର ସମୟରେ ଭାରତ ସହ ହୋଇଥିବା ଚୁକ୍ତିର ପୁନର୍ବିଚାର କରାଯିବ ବୋଲି ଚୌଧୁରୀ କହିଛନ୍ତି। ଏଥିରେ ବିଶେଷ କରି ଜଳ ଚୁକ୍ତି, ସୀମା ବିବାଦ ଏବଂ ବାଣିଜ୍ୟ ଚୁକ୍ତି ଅନ୍ତର୍ଭୁକ୍ତ ହୋଇପାରେ।
ବାଂଲାଦେଶ ଗୃହ ପରାମର୍ଶଦାତା ମଧ୍ୟ ସୀମାରେ ଭାରତୀୟ ସୁରକ୍ଷା ବାହିନୀ (ବିଏସଏଫ)ର ଗୁଳିଚାଳନା ପ୍ରସଙ୍ଗ ଉଠାଇଥିଲେ। ଭାରତୀୟ ନାଗରିକ ଏବଂ ବିଏସଏଫ ଯବାନମାନେ ବାଂଲାଦେଶୀ ନାଗରିକମାନଙ୍କୁ ଅପହରଣ କିମ୍ବା ଅଟକ ରଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଆଗାମୀ ଭାରତ-ବାଂଲାଦେଶ ସୀମା ସୁରକ୍ଷା ସମ୍ମିଳନୀରେ ଏହି ପ୍ରସଙ୍ଗକୁ ଜୋରଦାର ଉଠାଇବାକୁ ଯୋଜନା ରହିଛି।
ନଦୀ ଜଳ ବଣ୍ଟନ ଏବଂ ରହିମପୁର କେନାଲ ମୁହାଣ ଖୋଲିବା ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଚୌଧୁରୀ କହିଛନ୍ତି। ବାଂଲାଦେଶ ମଧ୍ୟ ସୀମାରେ ବେଆଇନ ପ୍ରବେଶ, ଅନୁପ୍ରବେଶ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରୋକିବାରେ ଭାରତ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି। ବାଂଲାଦେଶର ଏହି ନୂଆ ନୀତି ଦର୍ଶାଉଛି ଯେ ଅନ୍ତରୀଣ ସରକାର ଭାରତ ସହିତ ସମ୍ପର୍କକୁ ସୁଧାରିବା ଅପେକ୍ଷା ଜଟିଳ କରିବାକୁ ଅଧିକ ଆଗ୍ରହୀ। ଏହି ସବୁ ପଦକ୍ଷେପ ସୂଚାଉଛି ଯେ ବାଂଲାଦେଶର ଅନ୍ତରୀଣ ସରକାର ଭାରତ ବିରୋଧରେ ଏକ ନୂଆ କୂଟନୈତିକ ଷଡ଼ଯନ୍ତ୍ର କରୁଛନ୍ତି।