ଚଣ୍ଡିଗଡ଼: ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍ । ବିଜେପିର ପ୍ରାର୍ଥୀ ହରପ୍ରିତ୍ କୌର ବିଜୟୀ ହୋଇ ଚଣ୍ଡିଗଡ଼ର ମେୟର ହୋଇଛନ୍ତି । ଗଠବନ୍ଧନ ପରେ ଆମ ଆଦମୀ ପାର୍ଟିକୁ ପରାଜିତ ହେବାକୁ ପଡ଼ିଛି । ଆମ୍ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ପ୍ରେମଲତାଙ୍କ ସପକ୍ଷରେ ୧୭ ଖଣ୍ଡ ଭୋଟ୍ ପଡ଼ିଛି । ତିନିଜଣ କାଉନସିଲର ବିଜେପି ସପକ୍ଷରେ କ୍ରସ୍ ଭୋଟିଂ କରିଛନ୍ତି ।
ଚଣ୍ଡିଗଡ଼ ନଗର ନିଗମର ମୋଟ ଆସନ ହେଉଛି ୩୫ । ନିଗମର ୩୫ କାଉନସିଲରଙ୍କ ସହ ଚଣ୍ଡିଗଡ଼ର ସାଂସଦ ମଧ୍ୟ ମେୟର ନିର୍ବାଚନରେ ଭୋଟ୍ ଦିଅନ୍ତି । ୩୫ ସଦସ୍ୟ ବିଶିଷ୍ଟ ସଦନରେ ଏକ ଭୋଟ୍ ଚଣ୍ଡୀଗଡ଼ ସାଂସଦଙ୍କର ମଧ୍ୟ ବିଚାର କରାଯାଏ, ଯାହା ପରେ ମୋଟ ଭୋଟ୍ ସଂଖ୍ୟା ୩୬ ହୋଇଯାଏ । ଶତପ୍ରତିଶତ ଭୋଟ୍ ପଡ଼ିଥିଲା, କିନ୍ତୁ କ୍ରସ୍ ଭୋଟିଂ ହେତୁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ଅଧିକ ପଢନ୍ତ: ଆସନ୍ତାକାଲି ଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ; ଆଜି ବସିଲା ସର୍ବଦଳୀୟ ବୈଠକ
ମେୟର ପଦବୀ ପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନର ସଭାଗୃହରେ ସକାଳ ୧୧ଟା ୨୦ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ୧୨ଟା ୧୯ରେ ଶେଷ ହୋଇଥିଲା । ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ ମେୟର ନିର୍ବାଚନରେ ପ୍ରଥମ ଭୋଟ୍ ଦେଇଥିଲେ ଏବଂ ଏହା ପରେ କାଉନସିଲରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଭୋଟିଂର ପ୍ରାରମ୍ଭିକ ଘଣ୍ଟା ମଧ୍ୟରେ ବାଲାଟ୍ ପେପରକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା ।
ଗତ ନିର୍ବାଚନରେ ବିବାଦକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି (ଅବସରପ୍ରାପ୍ତ) ଜୟଶ୍ରୀ ଠାକୁରଙ୍କୁ ସ୍ବାଧୀନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲେ। କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ମେୟର ନିର୍ବାଚନ ପ୍ରକ୍ରିୟା ଜଣେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କରାଯିବା ଉଚିତ ଏବଂ ନିର୍ବାଚନର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା।