ପ୍ରୟାଗରାଜ: ବୁଧବାର ପ୍ରୟାଗରାଜର ମହାକୁମ୍ଭରେ ଦଳାଚକଟା କାରଣରୁ ୩୦ ଜଣ ପ୍ରାଣ ହରାଇଛନ୍ତି । କାଲି ବି ରହିଥିଲା ମୌନୀ ଅମାବାସ୍ୟା, ଆଉ ଭିଡ଼ ଅସମ୍ଭାଳ ହେବାରୁ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ସେଥିପାଇଁ ଏଭଳି ଅଘଟଣ ଘଟିଥିଲା । ହେଲେ ମହାକୁମ୍ଭ ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏହାଠୁ ଆହୁରି ବଡ଼ ଅଘଟଣ ଘଟିଛି । ୧୯୫୪ ମସିହାରେ ଆଲ୍ଲାବାଦାରେ ଆୟୋଜିତ ମହାକୁମ୍ଭ ମେଳାରେ ଏକ ହାତୀ ପାଇଁ ୮୦୦ ଲୋକେ ପ୍ରାଣ ହରାଇଥିଲେ ।
ସ୍ୱାଧିନତା ପରେ ପ୍ରଥମ ଥର ଆଲ୍ଲାବାଦାରେ (ବର୍ତ୍ତମାନର ପ୍ରୟାଗରାଜ) ଆୟୋଜିତ ହେଉଥିଲା କୁମ୍ଭ ମେଳା । ବର୍ତ୍ତମାନ ସମୟ ଭଳି ସେ ସମୟରେ କୁମ୍ଭର ଏତେଟା ପ୍ରଚାର ପ୍ରସାର ହୋଇ ପାରି ନଥିଲା । ସେଦିନ ବି ହୋଇଥିଲା ମୌନୀ ଅମାବାସ୍ୟା ଆଉ ଏଥିପାଇଁ ଅସଂଖ୍ୟା ଲୋକେ ଭିଡ଼ ଜମାଇଥିଲେ । ପ୍ରଥମ ଥର ସ୍ୱାଧୀନ ଭାରତରେ ସରକାର ଏହାକୁ ପରିଚାଳନ କରୁଥିଲେ । ସେଦିନ ଥିଲା ୩ ଫେବୃୟାରୀ ୧୯୫୪ ମସିହା । ସଙ୍ଗମସ୍ଥଳରେ ଏକ ହାତୀ ଗୋଠଛଡା ହୋଇ ଲୋକଙ୍କୁ ଦଳିଦେଲା ।
ଏହି ଦଳାଚକଟା ଯୋଗୁଁ ୮୦୦ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ସବୁ ଧାର୍ମିକସ୍ଥଳୀ ମାନଙ୍କରେ ଆୟୋଜନ କରାଯାଉଥିବା ମେଳା ଉପରେ କେତେକ ପରିବର୍ତ୍ତନ ଅଣାଗଲା । ଦୂର ଯାଏଁ ଯେଭଳି ଶଦ୍ଧ ଶୁଭାଯିବ, ସେଥିପାଇଁ ଯୋଗାଯୋଗର ମାଧ୍ୟମ ଭାବେ ଲାଉଡ଼ସ୍ପିକର ଲଗାଗଲା । ସେହିପରି ରାତିର ଦୃଶ୍ୟମାନ ବଢାଇବାକୁ ୧୦୦୦ରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା । ଏହି ଘଟଣା ପର ଠାରୁ କୁମ୍ଭ ମେଳାରେ ହାତୀ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।
ଅଧିକ ପଢନ୍ତ: ମହାକୁମ୍ଭ ଜରିଆରେ ସାରା ବିଶ୍ୱ ଦେଖିଲା ମାତୃଭକ୍ତିର ଜ୍ୱଳନ୍ତ ଉଦାହରଣ; ଦୁଇଟି ସ୍ନାନରୁ ଆସିଲା ଭିନ୍ନ ଭିନ୍ନ ଦୃଶ୍ୟ, ଜଣେ ମାଙ୍କୁ ଟାଙ୍ଗାରେ ବସାଇ ବୋହି ଆଣିଲେ ତ, ଆଉ ଜଣେ ପ୍ରୟାଗରାଜକୁ ଆଣିଲେ କାନ୍ଧେଇ
ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଜବାହାରଲାଲ ନେହେରୁ । ତେବେ କେତେକ ଲୋକେ କୁହନ୍ତି, ସେତେବେଳର ଘଟଣା ପ୍ରଧାନମନ୍ତ୍ରୀଙ୍କ ପାଇଁ ହିଁ ଘଟଥିଲା । ମୌନୀ ଅମବ୍ୟାସା ଦିନ ପ୍ରଧାନମନ୍ତ୍ରୀ ସ୍ନାନ କରିବାକୁ ସଙ୍ଗମତଟକୁ ଆସୁଥିବାରୁ ଲୋକଙ୍କ ପାଇଁ ବିଭିନ୍ନ ମାର୍ଗ ବନ୍ଦ କରିଦେଇଥିଲେ ସିକୁ୍ୟରିଟି, ଯାହାଫଳରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା, ହେଲେ ବିବିସି ଭଳି ଅନ୍ୟ କେତେକ ଆର୍ନ୍ତଜାତୀୟ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି ଯେ, ସେଦିନ ପ୍ରଧାନମନ୍ତ୍ରୀ ସ୍ନାନ କରିନାହାନ୍ତି, ଘଟଣାର ପୂର୍ବଦିନ ହିଁ ସେ ମେଳା ପରିଦର୍ଶନରେ ଆସିଥିଲେ । ଏହି ଘଟଣା ପରଠାରୁ ସରକାରୀ ସ୍ତରରେ ଅନେକ ପରିବର୍ତ୍ତନ ଅଣାଯାଇଛି ।