ନୁଆଦିଲ୍ଲୀ: ଆସନ୍ତାକାଲି ଠୁ ସଂସଦର ବଜେଟ୍ ଅଧିବେଶନ, ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ଚଳିତ ଅଧିବେଶନରେ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର । ବୈଠକରେ ସଂସଦୀୟ ବ୍ୟାପର ମନ୍ତ୍ରୀ, ପତିରକ୍ଷା ମନ୍ତ୍ରୀ, ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ସବୁ ରାଜନୈତିକ ଦଳର ପ୍ରତିନିଧୀ ଉପସ୍ଥିତ ଅଛନ୍ତି ।
ଅଧିକ ପଢନ୍ତ: ଫେବୃୟାରୀ ୧ରୁ ଦେଶରେ ଆରମ୍ଭ ହେବ ସାଧାରଣ ବଜେଟ୍; ଜାଣନ୍ତୁ ବଜେଟ୍ ସହ ଜଡ଼ିତ କିଛି ମଜାଦାର କଥା...
କାଲିଠୁ ଫେବୃୟାରୀ ୧୩ ଯାଏଁ ଚାଲିବ ବଜେଟର ପ୍ରଥମ ଅଧିବେଶନ । ସେହପରି ଦ୍ୱିତୀୟ ପଯ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏଁ । ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ଅଷ୍ଟମଥର ପାଇଁ ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସିତାରମଣ । ଏଥର ସେ ଦେଶବାସୀଙ୍କୁ କଣ ଉପହାର ଦେବେ ତାହା ଉପରେ ସମସ୍ତଙ୍କ ନଜର ଅଟକିଛି । ବିଶେଷ କରି ନିର୍ମଳାଙ୍କ ପେଡ଼ିରେ ମଧ୍ୟବିତ୍ତ ଓ ଆୟକର ଦାତାଙ୍କ ପାଇଁ କଣ ସବୁ ରହିଛି ତାହାକୁ ଅପେକ୍ଷା କରିଛନ୍ତି ଦେଶବାସୀ । ସେହିପରି ଶିଳ୍ପ ଜଗତ, ଚାଷୀ ଓ ମହିଳାଙ୍କ ପାଇଁ କଣ ଘୋଷଣା କରାଯିବ ତାହାକୁ ଅପେକ୍ଷା କରାଯାଇଛି ।