ସାମ୍ନାକୁ ଆସିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦରମା ତାଲିକା, ନିଜ ମନ୍ତ୍ରୀମାନଙ୍କ ଠାରୁ ମଧ୍ୟ କମ୍ ଉପାର୍ଜନ କରୁଛନ୍ତି ଇମରାନ ଖାନ
Khabar Odisha:national-odisha-pakistan-imaran-khan-pak-prime-minister-salary-is-less-than-its-ministers
ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡିଶା) :

 ପାକିସ୍ତାନର ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦରମା ବିଷୟରେ ଖୁଲାସା ହୋଇଛି । ଏଥିରୁ ଜଣା ପଡିଛି ଯେ, ଇମରାନ ନିଜ ମନ୍ତ୍ରୀମାନଙ୍କ ଠାରୁ ମଧ୍ୟ କମ୍ ଉପାର୍ଜନ କରୁଛନ୍ତି । ତାଙ୍କ ମାସିକ ଦରମା ହେଉଛି ୨.୦୧ ଲକ୍ଷ । ଟ୍ୟାକ୍ସ କଟିବା ପରେ ପ୍ରତି ମାସରେ ତାଙ୍କୁ ୧୯୬,୯୭୯ ଟଙ୍କା ମିଳେ । ଏହା ପରେ ଭତାକୁ ସାମିଲ କଲେ ୨୦୧,୫୭୪ ଟଙ୍କା ମିଳେ । ଏହା ପରେ ଏଥିରେ ୪,୫୯୫ଟଙ୍କା ଟ୍ୟାକ୍ସ କଟିଯାଏ । ତେବେ ଭାରତୀୟ ମୁଦ୍ରା ହିସାବରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମାସିକ ୧ଲକ୍ଷ ଟଙ୍କା ମିଳୁଛି । 

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବେସିକ ଦରମା ହେଉଛି ୧,୦୭,୨୮୦ ଟଙ୍କା । ଅନ୍ୟ ମାସିକ ଭତା ୫୦ ହଜାର ଟଙ୍କା । ମାସିକ ବେତନରୁ ଟ୍ୟାକ୍ସ କଟୁଛି ୪,୫୯୫ । ପ୍ରଧାନମନ୍ତ୍ରୀଙ୍କ ନୋଟ ଇନକମ ୧,୯୬,୦୦୦ ଟଙ୍କା । 

Subscribe

National International State Sports Entertainment