ଦିଲ୍ଲୀ: କେନାଲରୁ ଜଣେ ନିଖୋଜ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ସ୍ଥିତ ସୀମାପୁର ଅଞ୍ଚଳରୁ। ଏହି ଖବର ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଉକ୍ତ ଯୁବତୀଙ୍କୁ ନାମ କୋମଲ ଏବଂ ତାଙ୍କ ଘର ହେଉଛି ଦିଲ୍ଲୀ ସ୍ଥିତ ସୁନ୍ଦର ନଗରରେ।
ତେବେ ତାଙ୍କ ମୃତଦେହ କେନାଲରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସର ତଦନ୍ତରୁ ଜଣାପଡିଛି ଯେ କେହି ଜଣେ ତାଙ୍କ ଗଳା ଚିପି ହତ୍ୟା କରିଛି ଆଉ ହତ୍ୟା ପରେ ମୃତ ଦେହକୁ କେନାଲକୁ ଫିଙ୍ଗି ଦେଇଛି।
ସୂଚନା ଅନୁସାରେ, ମୃତକ ମାର୍ଚ୍ଚ ୧୨ ତାରିଖରୁ ତାଙ୍କ ଘରୁ ନିଖୋଜ ଥିଲେ ଏବଂ ଆସିଫ୍ ନାମକ ଜଣେ ବ୍ୟକ୍ତି ସେହିଦିନ ତାଙ୍କୁ ହତ୍ୟା କରିଥିବାର ଜଣା ପଡିଛି। ଆସଫ୍ ଜଣେ ଟ୍ୟାକ୍ସି ଚାଳକ ଅଟନ୍ତି। ସେ କୋମଲଙ୍କୁ ପୂର୍ବରୁ ମଧ୍ୟ ଜାଣିଛନ୍ତି। ମାର୍ଚ୍ଚ ୧୨ ତାରିଖରେ ଆସିଫ କୋମଲଙ୍କୁ ସୀମାପୁରୀରୁ ନିଜ ଗାଡିରେ ବସାଇଥିଲେ। ଆଉ ଠିକ୍ ସେତିକି ବେଳେ ତାଙ୍କ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା ଆଉ ସେହି ଝଗଡା ହତ୍ୟାର ରୂପ ନେଇଥିଲା। କୋମଲଙ୍କ ଗଳା ଚିପି ହତ୍ୟା କରିଥିଲା ଆସିଫ। ପରେ ମୃତ ଦେହକୁ କେନାଲରେ ଫୋପାଡି ଦେଇଥିଲା ନୃଶଂସ ଆସିଫ।
ପରେ ୧୭ ମାର୍ଚ୍ଚରେ ଶବଟି ପାଣିରେ ଫୁଲିକି ଭାଷିବାକୁ ଲାଗିଲା ଯାହାକୁ ଦେଖି ସ୍ଥାନୀୟ ଲୋକ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲସ ହତ୍ୟାକରୀ ଆସଫ୍ କୁ କାବୁ କରି ହତ୍ୟାରେ ବ୍ୟବହାର ହୋଇଥିବା କାରକୁ ମଧ୍ୟ ଜବତ କରାଯାଇଥିଲେ ।