ନୂଆଦିଲ୍ଲୀ: ଭାରତୀୟ ସେନାକୁ ଶୀଘ୍ର ମିଳିବାକୁ ଯାଉଛି ସ୍ୱଦେଶୀ ବିଶ୍ୱସ୍ତରୀୟ ଆର୍ଟିଲରୀ ଗନ ବା ତୋପୋ । ଦେଶର ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୭ ହଜାର କୋଟିର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି(ସିସିଏସ) ସ୍ଥାନୀୟ ଭାବେ ନିର୍ମିତ ୩୦୭ ତୋପୋ ସହିତ ଟୋଇଙ୍ଗ ହ୍ୱିକିଲ୍ସ ପାଇଁ ୭ ହଜାର କୋଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।
ଜନୈକ ଅଧିକାରୀ କହିଛନ୍ତି, ଆଡଭାନ୍ସ ଟଡ ଆର୍ଟିଲରୀ ଗନ ସିଷ୍ଟମ(ଏଟିଏଜିଏସ) ରାଜିନାମାରେ ୩୨୭ ଟୋଇଙ୍ଗ ଟ୍ରକ ବି ସାମିଲ । ମାର୍ଚ୍ଚ ଶେଷ ସୁଦ୍ଧା ଅନୁବନ୍ଧରେ ଦସ୍ତଖତ କରିବାର ପଥ ପରିଷ୍କାର ହୋଇଛି । ୧୫୫ ମିମି/୫୨-କାଲିଭର ବିଶିଷ୍ଟ ଏହି ତୋପର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୪୮ କିମି ରହିଛି । ନୂଆ ତୋପୋ କ୍ରୟରେ ଭାରତୀୟ ସେନାର ଆଧୁନିକୀକରଣକୁ ପ୍ରୋତ୍ସାହନ ମିଳିବ । ଏଥିରେ ଭାରତୀୟ ସ୍ଥଳ ସେନା ଆହୁରି ମଜବୁତ ହେବ ।
ସେନା ୨୦୧୭ରୁ ଏ ପର୍ଯ୍ୟନ୍ତ ୭୨୦ ମିଲିୟନ ଡଲାର ଅନୁବନ୍ଧ ଆଧାରରେ ୧୦୦ ଏମିତି ତୋପୋକୁ ନିଜ ୟୁନିଟରେ ସାମିଲ କରିଛି । ଏଥିରୁ ଅନେକ ତୋପୋକୁ ଅପଗ୍ରେଡ କରିବା ପରେ ପାହାଡିଆ ଅଞ୍ଚଳ ତଥା ଲଦାଦଖରେ ମୁୟତନ କରାଯାଇଛି । ଏହି ତୋପୋକୁ ବିଶେଷ କରି ମରୁଭୂମି ଅଞ୍ଚଳ ପାଇଁ ବିଶକିତ କରା ଯାଇଛି ।
ସୂଚନାଯୋଗ୍ୟ, ଡିଆରଡିଓ ୨୦୧୩ରେ ଏଟିଏଜିଏସ ପ୍ରୋଜେକ୍ଟ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ସେନାର ପୁରୁଣା ତୋପୋଗୁଡିକୁ ଆଧୁନିକ ୧୫୫ ଏମଏମ ଆର୍ଟିଲରୀ ଗନ ସିଷ୍ଟମରେ ବଦଳାଇବା । ଡିଆରଡିଓ ତୋପୋର ନିର୍ମାଣ ପାଇଁ ଦୁଇଟି ଘରୋଇ ସଂସ୍ଥା, ଭାରତ ଫୋର୍ସ ଓ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଅର୍ଡର ଦୁଇଟି କମ୍ପାନି ମଧ୍ୟରେ ବାଣ୍ଟି ଦିଆଯିବ । ଭାରତ ଫୋର୍ସ ୬୦ ପ୍ରତିଶତ ତୋପୋ ଓ ଟାଟା ଆଡଭାନ୍ସ ସିଷ୍ଟମ ସିଷ୍ଟମ ଲିମିଟେଡ୍ ବାକି ୪୦ ପ୍ରତିଶତ ତୋପା ଯୋଗାଇବ ।