ରାଜସ୍ଥାନ: ଉତ୍ତରପ୍ରଦେଶର ମିରଟର ମର୍ଚ୍ଚାଣ୍ଟ ନେଭି ଅଫିସରଙ୍କୁ ବିଭତ୍ସ ହତ୍ୟା ଭଳି ଏବେ ରାଜସ୍ଥାନର ଜୟପୁରରୁ ଆସିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି । ହତ୍ୟା ପରେ ମୃତଦେହକୁ ବସ୍ତାରେ ବାନ୍ଧି ବାଇକ୍ ଯାଇ ଜଙ୍ଗଲରେ ପୋଡ଼ି ଦେଇଛି । ତେବେ ଶବକୁ ବସ୍ତା ବାନ୍ଧି ନେଇଯାଉଥିବା ବେଳେ ସିସିଟିଭି କ୍ୟାମେରାରେ ଏହା କଏଦ ହୋଇଛି । ପୋଲିସ ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତ ପତ୍ନୀ ଓ ତାର ପ୍ରେମିକକୁ ଗିରଫ କରିଛି ।
ସୂଚନା ମୁତାବିକ, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଧନ୍ନାଲାଲ ସାଇନି । ସେ ପରିବା ବ୍ୟବସାୟ କରି ପରିବାର ଚଳାଉଥିଲେ । ତାଙ୍କ ସ୍ତ୍ରୀ ଗୋପାଳୀ ଦେବୀଗତ ୫ ବର୍ଷ ଧରି ଅଭିଯୁକ୍ତି ଦୀନଦୟାଲଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଏନେଇ ଧନ୍ନାଲାଲ ସନ୍ଦେହ କରୁଥିଲେ । ମାର୍ଚ୍ଚ ୧୫ ତାରିଖରେ ଉଭୟଙ୍କୁ ଏକାଠି ଦେଖିବା ପରେ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛି । ପ୍ରଥମେ ଲୁହା ପାଇପରେ ମୁଣ୍ଡକୁ ପିଟିବା ପରେ ତାଙ୍କ ବେକକୁ ରଶି ଲଗାଇଦେଇଥିଲେ । ଏହାପରେ ଦୁହେଁ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ବାଇକ୍ ସ୍ଥାନୀୟ ଭୈରୁଜୀ ମନ୍ଦିର ନିକଟରେ ଥିବା ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ମୃତକଙ୍କ ପରିଚୟ ଲୁଚାଇବା ପାଇଁ ନିଆଁରେ ପୋଡ଼ି ଫୋପାଡ଼ି ଦେଇଥିଲେ ।
ଅଧିକ ପଢନ୍ତୁ: ମର୍ଚ୍ଚାଣ୍ଟ ନେଭି ଅଫିସରଙ୍କୁ ବିଭତ୍ସ ହତ୍ୟା; ଶବକୁ ୧୫ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେ ପୂରାଇ ପ୍ଲାଷ୍ଟର କଲା ପତ୍ନୀ