ଉତ୍ତରପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ୩୨ ବର୍ଷିୟ ଯୁବକ ପେଟ ଯନ୍ତ୍ରଣା ସହି ନ ପାରି ୟୁଟ୍ୟୁବକୁ ଦେଖି ନିଜେ ନିଜ ପେଟ କାଟି ଅପରେସନ୍ କରିଛନ୍ତି ।
ଘଟଣା ମୁତାବିକ, ୩୨ ବର୍ଷୀୟ ଯୁବକ ଜଣକ ହେଉଛନ୍ତିି ରାଜା ବାବୁ । ସେ ଗତ କିଛି ଦିନ ଧରି କ୍ରମାଗତ ଭାବେ ପେଟ ଯନ୍ତ୍ରଣା ଭୋଗି ଆସୁଥିଲେ । ଏନେଇ ସେ ଅନେକ ଡାକ୍ତରଙ୍କୁ ଦେଖିଇଥିଲେ ବି ଉପଶମ ମିଳୁନଥିଲା । ଶେଷରେ ୟୁଟ୍ୟୁବ ଏବଂ ଇଣ୍ଟରନେଟର ସାହାର ନେଇ ନିଜେ ନିଜର ଅସ୍ତ୍ରୋପଚାର କରିବାକୁ ସେ ସ୍ଥିର କରିଥିଲେ ।
ଗତ ବୁଧବାର(୧୯ ମାର୍ଚ୍ଚ) ଦିନ ସେ ଘରେ ନିଜକୁ ଏକ କଠୋରୀରେ ବନ୍ଦ କରି ଅପରେସନ କରିବାକୁ ପ୍ରୟାସ କରିଥିଲେ । ଅନଲାଇନ୍ ଏବଂ ୟୁଟ୍ୟୁବ ଭିଡ଼ିଓ ଦେଖି ସେ ଅସ୍ତ୍ରୋପଚାର କରିବାକୁ ଲାଗିଲେ । ବ୍ଲେଡରେ ନିଜ ପେଟ କାଟିବା ପରେ ସେଥିରେ ୧୧ଟି ସିଲେଇ କରିଥିଲେ । ହେଲେ ରକ୍ତସ୍ରାବ ନ କମିବାରୁ ଏବଂ ଯନ୍ତ୍ରଣା ଅସହ୍ୟ ହେବାକୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ଦେଖି ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଆଗ୍ରା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ରହିଛି ।
ଅଧିକ ପଢନ୍ତୁ: ମର୍ଚ୍ଚାଣ୍ଟ ନେଭି ଅଫିସରଙ୍କୁ ବିଭତ୍ସ ହତ୍ୟା; ଶବକୁ ୧୫ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେପ୍ଲାଷ୍ଟର ପୂରାଇ କଲା ପତ୍ନୀ