ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୁରୁବାର ଲୋକସଭାରେ ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଉପରେ ଜବାବ ରଖିଛନ୍ତି । ସେ କହିଛନ୍ତି, ଆମ ଦେଶକୁ କିଏ ଆସୁଛି ଏବଂ କେତେ ସମୟ ପାଇଁ ଆସୁଛି, ଦେଶର ସୁରକ୍ଷା ପାଇଁ ଏହା ଜାଣିବାର ଅଧିକାର ରହିଛି । ଏହା ଏକ ଦେଶ, କୌଣସି ଧର୍ମଶାଲା ନୁହେଁ ଯେ, ଯିଏ ଯେତେବେଳେ ଚାହିଁବ ଆସିଯିବ ।
ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ର ପ୍ରାବଧାନ
ଭାରତକୁ ଆସିବା ପାଇଁ ବୈଧ୍ୟ ପାସପୋର୍ଟ, ଭିସା ବାଧ୍ୟତାମୂଳକ ।
ନକଲି ଦସ୍ତାବିଜ ପାଇଁ କଠୋର ସଜା ।
ଭିସାର ଅବଧି ସମାପ୍ତ ହେଲେ ଦେଶରେ ରହୁଥିବା ବିଦେଶୀଙ୍କୁ ଟ୍ରାକ କରାଯିବ ।
ଏହି ସବୁ ପ୍ରାବଧାନ ଉପରେ ଲୋକସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ଅନେକ ପ୍ରସଙ୍ଗ ଏହି ବିଧେୟକ ସହ ଜଡିତ ରହିଛି । ମୁଁ ଏହି ଗୃହକୁ ଆଶ୍ୱାସନ ଦେଉଛି ଯେ, ଏହା ଜରିଆରେ ଭାରତକୁ ଆସୁଥିବା ସମସ୍ତ ବିଦେଶୀ ନାଗରିକଙ୍କ ସମସ୍ତ ତଥ୍ୟ ରଖାଯିବ ଓ ଏହା ମାଧ୍ୟମରେ ଦେଶର ବିକାଶ ସୁନିଶ୍ଚିତ କରାଯିବ ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ଦେଶର ସୁରକ୍ଷା, ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ ମ୍ୟାନୁଫେକଚରିଂ ଓ କାରବାର ଏସବୁ ଦିଗ ପ୍ରତି ଧ୍ୟାନ ଦିଆଯିବ । ଦେଶର ଶିକ୍ଷା ପ୍ରଣାଳୀକୁ ଦୁନିଆରେ ସ୍ୱୀକୃତି ଦେବା ପାଇଁ ଆମର ବିଶ୍ୱ ବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନିଆଯିବ । ଏ ସଂପର୍କିତ ସମସ୍ତ ପ୍ରାବଧାନ ଏହି ବିଧେୟକରେ ରହିଛି ।
ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତର ଶରଣାର୍ଥୀଙ୍କ ପ୍ରତି ଏକ ଇତିହାସ ରହିଛି । ପାରସି ଦୁନିଆରେ କୌଣସି ଦେଶ ଗଲେ ନାହିଁ, ଭାରତକୁ ଆସିଲେ ଏବଂ ଆଜି ବି ସୁରକ୍ଷିତ ଅଛନ୍ତି ଏଠାରେ । ଦୁନିଆର ସବୁଠୁ ସଂଖ୍ୟାଲଘୁ ଯଦି କେଉଁ ଦେଶରେ ସବୁଠୁ ଅଧିକ ସୁରକ୍ଷିତ ଅଛନ୍ତି ତାହା ହେଉଛି ଭାରତ ।