ରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼୍ ଯାଉଥିବା ବେଳେ ଅଧାରୁ ଅଟକିଗଲା । ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ ଆଗରେ ବୁଲା ଗୋରୁ ଫଶିଆସି ରାସ୍ତା ଅବରୋଧ କରିବା ଫଳରେ କାରକେଡ଼କୁ ଅଧାରୁ ଅଟକି ଯାଇଥିଲା, ଏହାପରେ ମୁଖ୍ୟମନ୍ତ୍ରୀ ଗାଡ଼ିରୁ ଓହ୍ଳାଇ କିଛି ବାଟ ଚାଲିକି ଯାଇଥିଲେ, ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିସହ ମୁଖ୍ୟମନ୍ତ୍ରୀ ତୁରନ୍ତ ସେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଫୋନ କରି ରାସ୍ତା ଉପରକୁ କିପରି ବୁଲାଗୋରୁ ଆସିବେ ନାହିଁ ତାହାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ।
ଘଟଣା ମୁତାବିକ, ପୀତମପୁରାରେ ରେଖା ବିକାଶକାର୍ୟ୍ୟର ସମୀକ୍ଷା କରିବାକୁ ଯିବା ବେଳେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତୁରନ୍ତ ସେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଫୋନ କରି ରାସ୍ତା ଉପରକୁ କିପରି ବୁଲାଗୋରୁ ଆସିବେ ନାହିଁ ତାହାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଏହା ସହିତ ମେଟ୍ରୋ ପିଲାରରେ ଲାଗିଥିବା ପୋଷ୍ଟରଗୁଡ଼ିକୁ ହଟାଇବାକୁ ନିର୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର କାହାର ନାହିଁ।