ହାଇଦ୍ରାବାଦ: ପୁଷ୍ପା ଫିଲ୍ମର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଗତ ଦିନରେ ଆନ୍ଧ୍ର ପ୍ରଦେଶ ସରକାର କେସ୍ ରୁଜୁ କରିଥିଲେ । ପୁଷ୍ପା ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳାଚକଟା ହେବା ପରେ କେସ୍ ରୁଜୁ ହୋଇଥିଲା । ଏବେ କଂଗ୍ରେସର ରେବନ୍ତ ରେଡ୍ଡୀ ସରକାର ଓ ସାଉଥ ସିନେମାର ଅଭିନେତା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଅନଲାଇନ ବେଟିଂ ଆପର ପ୍ରଚାର କରିବା ଅଭିଯୋଗରେ ମୋଟ୍ ୨୫ କଳାକାରଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି । ଏହି କଳାକାରଙ୍କ ମଧ୍ୟରେ ରାଣା ଦଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀୂ ସାମିଲ ।
ଏହି କେସ୍ ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଅଭିଯୋଗ ପରେ ରୁଜୁ କରାଯାଇଛି । ପୋଲିସ ଯେଉଁ ଏଫଆଇଆର ରୁଜୁ କରିଛି ସେଥିରେ ନିଧି ଅଗ୍ରୱାଲ, ପରିଣୀତା, ଅନନ୍ୟା ନାଗଲ୍ଲା, ହନୁମନ୍ତ, ଶ୍ରୀମୁଖୀ, ସନି ଯାଦବ, ହର୍ଷା ସାଇ ଓ ବିଷ୍ଣୁ ପ୍ରିୟା ଆଦି ସାମିଲ । ଏଫଆଇଆରରରେ ଉଲ୍ଲେଖ ଅଛି ଯେ, ଅନଲାଇଟ ବେଟିଂ ଆପର ପ୍ରମୋସନ ସାମାଜିକ ଗଣମାଧ୍ୟମ ଆଡ ଜରିଆରେ କରାଯାଉଛି । ଏଥିପାଇଁ ସେଲିବ୍ରିଟି ଓ ଇନଫ୍ଲୁଏନସରଙ୍କ ସହାୟତା ନିଆଯାଇଛି । ଏଫଆଇଆରରେ ଲେଖା ଯାଇଛି ଯେ, କୋଟି କୋଟି ଟଙ୍କାର ଖେଳ ଏହି ବେଆଇନ ପ୍ଲାଟଫର୍ମରେ ହୋଇଛି । ଏଥିରେ ଅନେକ ପରିବାର ଆର୍ଥିକ ସଙ୍କଟରେ ଫସି ଯାଇଛନ୍ତି । ଏଥିରେ ଅଧିକାଂଶ ନିମ୍ନ ମଧ୍ୟବର୍ଗର ଲୋକେ ସାମିଲ ।
ଅଭିଯୋଗକାରୀ କହିଛନ୍ତି ଯେ, ଲୋକେ ଏହି ଅନଲାଇନ ବେଟିଂ ଆପକୁ ବହୁଳ ମାତ୍ରାରେ ବ୍ୟବହାର କରିଛନ୍ତି । ଆଉ ନିଜ ପରିଶ୍ରମରେ ରୋଜଗାର ଅର୍ଥ ହରାଇ ଦେଇଛନ୍ତି । ଲୋକଙ୍କ ଅନଲାଇନ୍ ବେଟିଂ ଆପରେ ଖେଳିବା ନିଶା ପାଲଟି ଯାଇଥିଲା । ଚେତାବନୀ ପରେ ସେମାନେ ପଛକୁ ହଟିଛନ୍ତି । ଅଭିଯୋଗକାରୀ କହିଛନ୍ତି, ସେଲିବ୍ରିଟିମାନେ ମୋଟା ଅଙ୍କର ଅର୍ଥ ନେଇ ଏହି ସବୁ ଆପର ପ୍ରଚାର କରୁଛନ୍ତି । ଏଥିରେ ଲୋକେ ପ୍ରଭାବିତ ହୋଇ ବେଟିଂ ମାୟାଜାଲରେ ଫଶି ଯାଉଛନ୍ତି ।
ବିିଶେଷ କରି ଏମିତି ଲୋକ ଏଥିର ଫସୁଛନ୍ତି, ଯାହାଙ୍କର ପଇସାର ଘୋର ଆବଶ୍ୟକତା ରହିଛି । ମାତ୍ର ଏହି ଆପ୍ ଜରିଆରେ ବେଟିଂ ଖେଳିବା ଚକ୍କରରେ ସେମାନେ ପୂର୍ବରୁ ରୋଜଗାର କରିଥିବା ଅର୍ଥ ମଧ୍ୟ ହରାଇ ଦେଲେ । ଏହି ସବୁ ସେଲିବ୍ରିଟି ମାନେ ଅନଲାଇନ ବେଟିଂ ଆପରେ ଖେଳିବାକୁ ପ୍ରେରିତ କରୁଛନ୍ତି । ଆଉ ନିଜର ଆଦର୍ଶ ଅଭିନେତା ଓ ଅଭିନେତ୍ରୀଙ୍କ ଚିକ୍କଣିଆ ବିଜ୍ଞାପନରେ ଫସି ଯାଉଛନ୍ତି ଲୋକେ ।