ବାହାଘରରେ କରୋନା ବିସ୍ଫୋରଣ, ବରର ମୃତ୍ୟୁ ଘଟିଥିବାବେଳେ ବିବାହରେ ଯୋଗଦେଇଥିବା 95 ଜଣ କରୋନା ପଜେଟିଭ ଚିହ୍ନଟ
Khabar Odisha:marriage-becomes-murderous-bride-dies-95-guests-corona
ପାଟନା, ଜୁନ ୩୦ (ଖବର ଓଡ଼ିଶା):

ସୋମବାର ବିହାରର ରାଜଧାନୀ ପାଟନାରେ କରୋନା ବିସ୍ଫୋରଣ ଘଟି 95 ଜଣଙ୍କୁ ଏକାସାଙ୍ଗରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏହି ଘଟଣା ବିହାରର ପାଲିଗଞ୍ଜ ଅଞ୍ଚଳରେ ଘଟିଛି ଯାହା ପାଟନା ଠାରୁ ପ୍ରାୟ 50 କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠାରେ କରୋନାରେ ଚିହ୍ନଟ ହୋଇଥିବା 95 ଜଣ 15 ଜୁନରେ ହୋଇଥିବା ଏକ ବିବାହ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇଥିଲେ । ସୋମବାର ଏହି ଲୋକଙ୍କ ମଧ୍ୟରୁ 80 ଜଣଙ୍କ କରୋନା ରିପୋର୍ଟ ପଜେଟିଭ ଚିହ୍ନଟ ହୋଇଥିବାବେଳେ ବରର ମୃତ୍ୟୁ ହୋଇଛି ।

ସୂଚନାନୁସାରେ, 30 ବର୍ଷୀୟ ବର ଗୁରୁଗ୍ରାମରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ବିବାହ ପାଇଁ ମେ 12 ତାରିଖ ଦିନ ସେ ତାଙ୍କ ଗାଁ ଡେପାଲିକୁ ଆସିଥିଲେ । ଏହି ସମୟ ମଧ୍ୟରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା, କିନ୍ତୁ ପରିବାର ଲୋକ ତାଙ୍କର ଚିତ୍କିସା କରାଇବା ବଦଳରେ ତାଙ୍କୁ ବିବାହ କରାଇଥିଲେ।

ବିବାହର 2 ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ଗୁରୁତର ହୋଇପଡିଥିଲା । ପାଟନା AIIMS ଯିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ଜିଲ୍ଲା ପ୍ରଶାସନ ଏହି ଘଟଣା ବିଷୟରେ ଜାଣିଲା, ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଲୋକଙ୍କର କରୋନା ଯାଞ୍ଚ କରିଥିଲା । ଅନୁସନ୍ଧାନ ପରେ, ପ୍ରଥମେ 15 ଜଣଙ୍କର କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା ​​ଏବଂ ସୋମବାର ଦିନ ଅନ୍ୟ 80 ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ତେବେ କୋଭିଡ -19 ଅନୁସନ୍ଧାନରୁ ଜଣାପଡିଛି ଯେ କନ୍ୟା ସଂକ୍ରମିତ ହୋଇ ନାହିଁ ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି । ଏହି ବାହାଘରରେ କୋଭିଡ -19 ର ସୁରକ୍ଷା ପାଇଁ ଥିବା ସବୁ ନିୟମକୁ ଭଙ୍ଗାଯାଇଥିବା ପ୍ରଶାସନ କହିଛି । ପ୍ରଶାସନ କେବଳ 50 ଜଣଙ୍କୁ କୌଣସି ବିବାହ ସମାରୋହରେ ଯୋଗଦେବାକୁ ଅନୁମତି ଦେଇଛି, କିନ୍ତୁ ଗାଁର ଶତାଧିକ ଲୋକ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

  • Tags:

Subscribe

National International State Sports Entertainment