ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଜେଡିୟୁ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଭାରତୀୟ ଜନତା ପାର୍ଟିର ପ୍ରଦର୍ଶନ ଦଳୀୟ ନେତାଙ୍କ ମନୋବଳକୁ ବଢ଼ାଇ ଦେଇଛି । ବିଜେପି ଏବେ ଏକ ଶକ୍ତିଶାଳୀ ଦଳ ରୂପେ ବିଦ୍ୟମାନ ହୋଇଛି । ବିଜେପି ବର୍ତ୍ତମାନ ବିହାରରୁ ପଶ୍ଚିମବଙ୍ଗକୁ ନଜର ପକାଇଛି । ଦଳର ଆଗାମୀ ଲକ୍ଷ୍ୟ ପଶ୍ଚିମବଙ୍ଗ ଦଖଲ କରିବା ରହିଛି । ଦଳର ବରିଷ୍ଠ ନେତା ଅମିତ ମାଲବୀୟ ଆକଳନ କରିଛନ୍ତି ଯେ ଦଳ ଖୁବଶୀଘ୍ର ସର୍ବଭାରତୀୟ ସ୍ତରରେ ୧୮୦୦ ବିଧାୟକ ସଂଖ୍ୟା ଛୁଇଁବାକୁ ଯାଉଛି ।
Read More >