ନୂଆଦିଲ୍ଲୀ: ଭାରତୀୟ ବୈଷୟିକ ସଂସ୍ଥାନ ବା ଆଇଆଇଟି କାନପୁରର ପୂର୍ବତନ ଛାତ୍ରଙ୍କ ଏକ ବିଶାଳ ଉଦାହରଣ ସୃଷ୍ଟି କରିଛନ୍ତି । ରୌପ୍ୟ ଜୟନ୍ତୀ ସମାରୋହରେ ୨୦୦୦ ବ୍ୟାଚର ପୂର୍ବତନ ଛାତ୍ର ଶିକ୍ଷାନୁଷ୍ଠାନକୁ ୧୦୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଛନ୍ତି । ଏହି ଅର୍ଥ ରାଶି ମିଲେନିୟମ ସ୍କୁଲ ଅଫ୍ ଟିକ୍ନୋଲୋଜି ଆଣ୍ଡ୍ ସୋସାଇଟି (ଏମ୍ଏସଟିଏସ୍) ନିର୍ମାଣ କାର୍ୟ୍ୟାରେ ବିନିଯୋଗ କରାଯିବ ।
ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ପୂର୍ବତନ ଛାତ୍ରଙ୍କ ଦାନ ସଂସ୍ଥା ପ୍ରତି ସେମାନଙ୍କର ଅତୁଟ ଭଲ ପାଇବାର ସମ୍ପର୍କକୁ ଦର୍ଶାଉଛି । ଏହି ସହଯୋଗ ଶୈକ୍ଷିକ ଏବଂ ସାଧନକୁ ମଜବୁତ କରିବାକୁ ପ୍ରସ୍ତୁତ ହେଉଥିବା ଟେକନିକର ବିକାଶ ପାଇଁ ନୂଆ ରାସ୍ତା ଖୋଲିବ । ଗତ ବର୍ଷ ମଧ୍ୟ ଆଇଆଇଟି କାନପୁରକୁ ୨୬୫.୨୪ କୋଟି ଟଙ୍କା ମିଳିଥିଲା । ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ସ୍କୁଲକୁ ୫୦୦ କୋଟି ଟଙ୍କାର ଅନୁଦାନ ମିଳିଛି । ଏଥିରେ ଇଣ୍ଡିଗୋ ସଂସ୍ଥାପକ ରାକେଶ ଗଙ୍ଗୱାଲଙ୍କ ୧୦୮.୭ କୋଟି ଟଙ୍କା ବ୍ୟକ୍ତିଗତ ଅନୁଦାନ ସାମିଲ ଅଛି ।
କେବଳ ଆଇଆଇଟି କାନପୁରକୁ ଏଭଳି ଅନୁଦାନ ମିଳିନଥାଏ ଅନ୍ୟ ସଂସ୍ଥାଗୁଡ଼ିକର ବିଭିନ୍ନ କାର୍ୟ୍ୟ ପାଇଁ ବଡ଼ ଆକାରରେ ଅନୁଦାନ ମିଳେ । ଡିସେମ୍ବର ୨୧ରେ ଆଇଆଇଟି କାନପୁରର ୧୯୮୬ ମସିହା ବ୍ୟାଚ ମାନସିକ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ ପାଇଁ ୧୧କୋଟି ଟଙ୍କା ଦାନ କରିଥିଲେ । ବିଏଚୟୁ ଆଇଆଇଟିକୁ ୧୦୦ କୋଟି ଟଙ୍କା ମିଳିଛି ।