ଧର୍ମଶାଳା: କୋଟି କୋଟି ମୂଲ୍ୟରେ ବିକ୍ରି ହୋଇଛି ଗୁଲେର ସୂକ୍ଷ୍ମ/ଲଘୁ ଚିତ୍ରକଳା (ମିନିଏଚର୍ ପେଣ୍ଟିଂ) । ଯାହାକୁ ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ । ହିମାଚଳ ପ୍ରଦେଶର ଗୁଲେର ରାଜବଂଶର ନୈନସୁଖଙ୍କ ଚିତ୍ରକଳାକୁ ମିଳିଛି ସମ୍ମାନ । ମହାରାଜା ବଲବନ୍ତ ସିଂହଙ୍କ ସଙ୍ଗୀତ ଆସର ଦୃଶ୍ୟ ୧୫ କୋଟି ଟଙ୍କାରେ ବିକ୍ରି ହୋଇଛି । ମୁମ୍ବାଇର ପ୍ରମୁଖ ନୀଲାମ ଘର ପେଣ୍ଡାଲରେ ଆୟୋଜିତ ନିଲାମୀରେ ଏହା ବିକ୍ରି ହୋଇଛି । ସେହିପରି ନୈନସୁଖଙ୍କ ପରବର୍ତ୍ତୀ ପୀଢ଼ୀଙ୍କ ଦ୍ୱାରା ଗୀତ ଗୋବିନ୍ଦ ଉପରେ ଅଙ୍କିତ ଚିତ୍ରକଳା ୧୬ କୋଟି ମୂଲ୍ୟରେ ବିକ୍ରି ହୋଇଛି ।
କୁହାଯାଉଛି କି ଏହା ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଚିତ୍ରକଳା । ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ ଚିତ୍ରକଳା ୬ କୋଟି ମୂଲ୍ୟରେ ବିକ୍ରି ହୋଇଥିଲା । ୱାଶିଂଟନରେ ସ୍ଥାପିତ ଦେବୀଙ୍କର ବସୋହଲୀ ଶୈଳୀ ପେଣ୍ଟିଂ ଏକ କୋଟିରେ ନିଲାମ ହୋଇଥିଲା । ସେହି ଶୈଳୀରେ ଅଙ୍କିତ ଆଉ ଏକ ପାହାଡ଼ୀ ପେଣ୍ଟିଂ ଲଣ୍ଡନରେ ୭୪ ଲକ୍ଷରେ ବିକ୍ରି ହୋଇଥିଲା ।
ଅଷ୍ଟାଦଶ ଶତାବ୍ଦୀ ବେଳକୁ ରାଜା ଗୋବର୍ଦ୍ଧନ ଚନ୍ଦଙ୍କ ରାଜୁତି ସମୟରେ ଗୁଲେର ଲଘୁ ଚିତ୍ରକଳାକୁ ପ୍ରୋସ୍ଚାହନ ମିଳିଥିଲା । ଜମ୍ମୁର ବାସିନ୍ଦା ପଣ୍ଡିତ ସେଓଙ୍କ ଦୁଇ ପୁତ୍ର ଥିଲେ ମନକୁ ଏବଂ ନୈନସୁଖ । ମନକୁ ଏବଂ ନୈନସୁଖ ନିଜ ପିତାଙ୍କ ସହିତ ଗୁଲେର ଆସିଥିଲେ । ଏହି ଦୁଇ ଭାଇ ଚିତ୍ର କଳାରେ ନିପୁଣ ଥିଲେ । କାଙ୍ଗଡ଼ା ଏବଂ ଗୁଲେର ମହାରାଜାଙ୍କୁ ଚିତ୍ରକଳାରେ ବହୁତ ପସନ୍ଦ ଥିଲା । ମହାରାଜା କାଙ୍ଗାଡ଼ା ଏବଂ ଗୁଲେର ଚିତ୍ରକଳାକୁ ଆଗକୁ ନେଇଥିଲେ ।
ବର୍ତ୍ତମାନ ସମୟରେ ଦେଶ ବିଦେଶରେ କାଙ୍ଗଡ଼ା ଏବଂ ଗୁଲେର ଚିତ୍ରକଳାର ବେଶ ମହତ୍ୱ ରହିଛି । ଲଣ୍ଡନର ଭିକ୍ଟୋରିଆ ଏଣ୍ଡ୍ ଅଲବର୍ଟ ସଂଗ୍ରହାଳୟ, ସ୍ୱିଜରଲ୍ୟାଣ୍ଡର ରୀଚବର୍ଗ ସଂଗ୍ରହାଳୟର ଜ୍ୟୁରିଖ, ଚଣ୍ଡିଗଡ଼ର ଜାତୀୟ ସଂଗ୍ରହାଳୟ ଏବଂ ପାକିସ୍ତାନର ଲାହୋରେ ଗୁଲେର ଏବଂ କାଙ୍ଗଡ଼ାର ଲଘୁ ଚିତ୍ରକଳା ଶୋଭା ପାଉଛି ।
ଗୁଲେର ଏବଂ କାଙ୍ଗଡ଼ା ମଧ୍ୟରେ ପାର୍ଥକ୍ୟ
କାଙ୍ଗଡ଼ା ଓ ଗୁଲେର ଚିତ୍ରକଳାମଧ୍ୟରେ ସାମାନ୍ୟତମ ପାର୍ଥକ୍ୟ ଦେଖିବାକୁ ମିଳେ । ଗୁଲେର ଲଘୁ ଚିତ୍ରକଳାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସ୍ଥାନ ଦିଆଯାଇଛି । ଯେଉଁଥିରେ ମୁହଁର ଆକୃତି ଗୋଲାକାର ଥାଏ । କାଙ୍ଗଡ଼ା ଲଘୁ ଚିତ୍ରକଳାରେ ମୁହଁର ଆକୃତି ଲମ୍ବା ହୋଇଥାଏ । ଏହାକୁ ପ୍ରସ୍ତୁତ କରିବାକୁ ବହୁତ ସମୟ ଏବଂ ଧୈର୍ୟ୍ୟର ଆବଶ୍ୟକତା ରହିଛି । ଯେଉଁଥିଲେ ୪-୫ରୁ ମାସ ପର୍ଯ୍ୟନ୍ତ ସମୟ ଲାଗେ । ଏଥିରେ କୌଣସି ରସାୟନିକ ରଙ୍ଗର ଆଦୌ ବ୍ୟବହାର ହୋଇ ନ ଥାଏ । ଏହାକୁ ବନେଇବାକୁ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇଥାଏ । ବନସ୍ପତି ରଙ୍ଗ ଏବଂ ପଥରକୁ ଛେଚି ଗୁଣ୍ଡ କରି ରଙ୍ଗ ପ୍ରସ୍ତୁତ କରାଯାଇଥାଏ ।