ପାଟଣା: ବିହାରର ବେତିଆ ଜିଲ୍ଲାର ମନସା ଟୋଲା ଗୁମତି ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୁଜାଫରପୁର-ନରକଟିଆଗଞ୍ଜ ମାର୍ଗରେ ବେତିଆ ଓ ମାଝୁଲିଆ ରେଳ ଷ୍ଟେସନ ମଧ୍ୟରେ ମନସା ଟୋଲା ଗୁମତି ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ୩ ଜଣ କିଶୋର ରେଳ ଧାରଣାରେ ବସି ମୋବାଇଲରେ ଗେମ୍ ଖେଳୁଥିଲେ।
ମୁଜାଫରପୁର-ନରକଟିଆଗଞ୍ଜର ବେତିଆ ଓ ମାଝୁଲିଆ ରେଳ ଷ୍ଟେସନ ମଧ୍ୟରେ ମନସା ଟୋଲା ଗୁମତି ନିକଟରେ ଟ୍ରେନ୍ ଧକ୍କାରେ ୩ ଜଣ ନାବାଳକ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆଖପାଖ ଲୋକେ ମୃତକଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପରେ ପରିବାର ଲୋକେ ମୃତଦେହ ନେଇଥିଲେ।
ସୂଚନା ଅନୁଯାୟୀ, ତିନି ଜଣ ସାଙ୍ଗ ରେଳ ଧାରଣାରେ ବସି ନିଜ ନିଜ ମୋବାଇଲରେ ପବଜୀ ଖେଳୁଥିଲେ ଏବଂ ତିନିଜଣଙ୍କ କାନରେ ଇୟରଫୋନ୍ ଥିଲା। ସେପଟେ ମୁଜାଫରପୁରରୁ ନରକଟିଆଗଞ୍ଜ ଅଭିମୁଖେ ଯାଉଥିବା ମେମୁ ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ମୃତକମାନେ ବରୀ ଟୋଲାଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ତିନିଜଣ ଗୋଟିଏ ଗାଁର ବାସିନ୍ଦା ଥିଲେ। ଅନ୍ୟପକ୍ଷରେ ସଦର ଏସଡିପିଓ ବିବେକ ଦୀପ କହିଛନ୍ତି, ଟ୍ରେନ୍ ଧକ୍କାରେ ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ତିନିଜଣଙ୍କୁ ଚିହ୍ନଟ କରାଯାଇଛି। କୁହାଯାଉଛି ଯେ ତିନି ଜଣ କାନରେ ହେଡଫୋନ୍ ଧରି ଟ୍ରାକ୍ ରେ ବସିଥିଲେ।
ଅଧିକ ପଢ଼ନ୍ତୁ: କାଲିଫର୍ଣ୍ଣିଆରେ କୋଠାର ଛାତ ଉପରକୁ ଧକ୍କା ଦେଲା ବିମାନ