କର୍ଣ୍ଣାଟକ: ISROର ପୂର୍ବତନ ଅଧ୍ୟକ୍ଷ ଏବଂ ପ୍ରଖ୍ୟାତ ମହାକାଶ ବୈଜ୍ଞାନିକ ଡକ୍ଟର କେ. କସ୍ତୁରିରଞ୍ଜନଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ଆଜି (ଶୁକ୍ରବାର) ସକାଳେ ବେଙ୍ଗାଲୁରୁ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।କସ୍ତୁରୀରଙ୍ଗନ ଦୀର୍ଘ ସମୟ ଧରି ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୯୯୪ ରୁ ୨୦୦୩ ପର୍ଯ୍ୟନ୍ତ ୧୦ ବର୍ଷ ଯାଏଁ ଇସ୍ରୋର ଚେୟାରମ୍ୟାନ ଥିଲେ।
୨୦୦୩, ଅଗଷ୍ଟ ୨୭ରେ ଅବସର ପରେ ଡିଆରଡିଓର ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଏବଂ ସଚିବ ଭାବେ ୯ ବର୍ଷ ଯାଏଁ କାମ କରିଥିଲେ । ଭାରତର ମହାକାଶ ବୈଜ୍ଞାନିକ ସଫଳତାରେ ଡକ୍ଟର କସ୍ତୁରିରଞ୍ଜନଙ୍କ ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ସମୟ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଗ୍ରହ ପ୍ରକ୍ଷେପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏଥିସହ ସେ ଡକ୍ଟର କୃଷ୍ଣସ୍ୱାମୀ କସ୍ତୁରିରଙ୍ଗନ ଯୋଜନା ଆୟୋଗର ସଦସ୍ୟ ମଧ୍ୟ ଥିଲେ। ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରିଛନ୍ତି।
ଡକ୍ଟର କସ୍ତୁରିରଞ୍ଜନଙ୍କ ନେତୃତ୍ୱରେ, ISRO ଭାରତର ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV)ର ସଫଳ ପ୍ରକ୍ଷେପଣ ଏବଂ ପରିଚାଳନା ସମେତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଡକ୍ଟର କସ୍ତୁରିରଞ୍ଜନ ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV)ର ପ୍ରଥମ ସଫଳ ଉଡ଼ାଣ ପରୀକ୍ଷଣ ମଧ୍ୟ ତଦାରଖ କରିଥିଲେ। ତାଙ୍କ କାର୍ଯ୍ୟକାଳରେ IRS-1C ଏବଂ 1D ଏବଂ ଦ୍ୱିତୀୟ ଏବଂ ତୃତୀୟ ପିଢ଼ିର INSAT ଉପଗ୍ରହ ସମେତ ପ୍ରମୁଖ ଉପଗ୍ରହଗୁଡ଼ିକର ବିକାଶ ଏବଂ ପ୍ରକ୍ଷେପଣ ହୋଇଥିଲା। ଏହି ଉନ୍ନତିଗୁଡ଼ିକ ବିଶ୍ୱ ମହାକାଶ କ୍ଷେତ୍ରରେ ଭାରତକୁ ଏକ ପ୍ରମୁଖ ଶକ୍ତି ଭାବରେ ଦୃଢ଼ ଭାବରେ ପ୍ରତିଷ୍ଠିତ କରିଥିଲା।