ନୂଆଦିଲ୍ଳୀ: ଘୋଷଣା ହୋଇଛି ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନର ଫଳାଫଳ। ବିଜେପି କାଉନସିଲର ରାଜା ଇକବାଲ ସିଂ ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ମନଦୀପ ସିଂଙ୍କୁ ୧୨୫ ଖଣ୍ଡ ଭୋଟରେ ପରାସ୍ତ କରି ସେ ମେୟର ଆସନ ଜିତିଛନ୍ତି। ନିର୍ବାଚନରେ ୧୪୨ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ଗୋଟିଏ ଭୋଟ ଅବୈଧ ବୋଲି ଜଣାପଡିଥିଲା। କଂଗ୍ରେସକୁ ଏହାର କାଉନସିଲରଙ୍କ ସଂଖ୍ୟା ଅନୁସାରେ ଆଠଟି ଭୋଟ ମିଳିଥିଲା, ଯେତେବେଳେ ରାଜା ଇକବାଲ ସିଂହଙ୍କୁ ୧୩୩ଟି ଭୋଟ ମିଳିଥିଲା। ଅପରପକ୍ଷେ ଆମ ଆଦମୀ ପାର୍ଟି ଏହି ନିର୍ବାଚନକୁ ବର୍ଜନ କରିଥିଲା। ଏପରି ପରିସ୍ଥିତିରେ ଭାଜପା ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିନେଇଛି। ଏହା ସହିତ କେନ୍ଦ୍ର ଏବଂ ଦିଲ୍ଲୀରେ ବିଜେପି ସରକାର ହେବା ସହିତ ଏମ୍ସିଡିରେ ଦଳର ମେୟର ମଧ୍ୟ ନିର୍ବାଚିତ ହୋଇଛନ୍ତି।
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନରେ ବିଜେପି ଅଧିକାଂଶ ଦିନ କ୍ଷମତାରେ ରହିଛି। ହେଲେ ଫେବୃଆରୀ ୨୦୨୩ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ମେୟର ପଦବୀ ଆମ ଆଦମୀ ପାର୍ଟି ପାଖରେ ଥିଲା ଏବଂ ଦଳର ସେଲି ଓବେରୟ ମେୟର ଥିଲେ। ହେଲେ ଚଳିତଥର କ୍ରେଜିୱାଲଙ୍କ କ୍ଷମତାର ଶେଷ ଦୁର୍ଗ ଭୁଷୁଡିବା ସହିତ ବିଜେପି ହାତକୁ ଯାଇଛି ମେୟର ଆସନ।