ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ପାଲଟିବ ବିବାହ ମଣ୍ଡପ । ପରସ୍ପରର ହାତ ଧରି ସାତ ଜନ୍ମ ପାଇଁ ଏକାଠି ହେବେ ୨ ସିଆରପିଏଫ ଯବାନ । ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଅଭିନାଶ କୁମାରଙ୍କ ସହ CRPFର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୁନମ୍ ଗୁପ୍ତାଙ୍କ ହେବ ବିବାହ । ଫେବୃୟାରୀ ୧୨ରେ ଆୟୋଜନ ହେବାକୁ ଯାଉଛି ଏହି ବହୁଚର୍ଚ୍ଚିତ ବିବାହ ।
ମଧ୍ୟପ୍ରଦେଶର ଶିବପୁରୀ ନିବାସୀ ପୁଣମ୍ ଗୁପ୍ତା ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍ ହଲରେ ବିବାହ କରିବାକୁ ଯାଉଛନ୍ତି। ପୁଣମ୍ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ରାଷ୍ଟ୍ରିୟ ଭବନରେ PSO ଭାବରେ କାଯ୍ୟରତ ଅଛନ୍ତି । ତାଙ୍କ ଭାବି ସ୍ୱାମୀ ଅଭିନାଶ କୁମାର ଜମ୍ମୁ କାଶ୍ମୀରରେ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି । ଉଭୟଙ୍କ ବିବାହ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି । ତେବେ ରାଷ୍ଟ୍ରପତି ଭବନରେ କାହାର ବିବାହ ଘଟଣା ଇତିହାସରେ ଏହା ହେଉଛି ପ୍ରଥମ ।
ଅଧିକ ପଢନ୍ତ: ବଜେଟ୍ ୨୦୨୫-୨୬ରେ ‘AI’ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ; ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ ସେଣ୍ଟର, ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା
ସୂଚନା ମୁତାବକ ପୁନମ୍ ଗୁପ୍ତା କିଛି ମାସ ହେବ ରାଷ୍ଟ୍ରପତି ଭବନରେ ପର୍ସନାଲ ସିକ୍ୟୁରିଟି ଅଫିସର ବା ପିଏସଓ ଭାବରେ କାଯ୍ୟରତ ଥିଲେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ସେ ଏବେ ନିୟୋଜିତ ଅଛନ୍ତି । ପୁନମଙ୍କ ଘର ମଧ୍ୟପ୍ରଦେଶ ଶିବପୁରୀରେ । ପୁନମଙ୍କ ଉତ୍ତମ ବ୍ୟବହାର, କର୍ତ୍ତବ୍ୟ ପରାୟଣତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବେଶ୍ ପ୍ରଭାବିତ କରିଛି । ଯେତେବେଳେ ପୁନମଙ୍କ ବାହାଘର ଠିକ ହୋଇଥିବା କଥା ଜାଣିଲେ ରାଷ୍ଟ୍ରପତି, ସେତେବେଳେ ଏହି ବିବାହକୁ ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍ ପରିସରରେ କରିବା ପାଇଁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ କିଛି ଜଣାଶୁଣା ଲୋକଙ୍କ ଉପସ୍ଥିତିରେ ୧୨ ତାରିଖରେ ଏହି ବିବାହ ହେବାକୁ ଯାଉଛି ।