କଟକ : ବାରବାଟୀରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଭାରତ ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ ମ୍ୟାଚ ପାଇଁ ରବିବାରଠାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟିକେଟ ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଲୋକେ ଡିଷ୍ଟିକ୍ଟ ବା ଜୋମାଟୋ ର ଓ୍ବେଭ ପେଜ ଓ ମୋବାଇଲ ଆପ୍ଲିକେସନ ଜରିଆରେ ଟିକେଟ କିଣିପାରିବେ । ଜଣକା ଦୁଇଟା ଲେଖା ଟିକେଟ କିଣିପାରିବେ । ଆସନ୍ତାକାଲି ଅପରାହ୍ନ ୪ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ବାରବାଟୀ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ସିଟ୍ ୪୫ ହଜାର ହୋଇଥିବା ବେଳେ ପାଖାପାଖି ୨୪ ହଜାର ଟିକେଟ ବିକ୍ରି ପାଇଁ ଉବଲବ୍ଧ ହେବ । ସେଥିମଧ୍ୟରୁ ୪ ହାଜର ଅନଲାଇନରେ ବିକ୍ରି ହେବ, ଓସିଏ ସହିତ ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ୮ ହାଜର ଏବଂ କାଉଣ୍ଟର ପାଇଁ ୧୨ ହଜାର ଟିକେଟ ବିକ୍ରି ପାଇଁ ଆସିବ ।
ଆସନ୍ତାକାଲି ଅନଲାଇନରେ ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ଟିକେଟ କିଣିଥିବା ଦର୍ଶକ ସେହି ଟିକେଟକୁ ଭୁବନେଶ୍ବରର କିଟ୍ ଓ କଟକର କ୍ରେମ୍ବ୍ରିଜ ସ୍କୁଲ କାଉଣ୍ଟରୁ ରିଡିମ୍ କରିପାରିବେ । ସେହିପରି ଆସନ୍ତା ୩ ଓ ୪ ତାରିଖ ଦିନ ଓସିଏ ସହିତ ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ଏବଂ ୫ଓ ୬ ତାରିଖ ଦିନ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି କରାଯିବ ।
ସେପଟେ ବାରବାଟୀର ଗ୍ରାଉଣ୍ଡକୁ ଚେସବୋର୍ଡର ରୂପ ଦିଆଯାଉଛି । ଏବଂ ଏହି ଶୈଳିରେ ପଡିଆରୁ ଘାସ କାଟବା ପାଇଁ ଅଷ୍ଟ୍ରେଲିଆରୁ ଆମଦାନୀ ହୋଇଛି ୮୦ ଲକ୍ଷ ଟଙ୍କାର ଏକ ମେସିନ୍ । ଏହି ମେସିନ ଦ୍ବାରା ବହୁତ କମ ସମୟ ମଧ୍ୟରେ ଏବଂ ବିଭିନ୍ନ ଡିଜାଇନରେ ପଡ଼ିଆରୁ ଘାସ କାଟିବା ସହଜ ହେବ ବୋଲି କହିଛନ୍ତି ଓସିଏର ଗ୍ରାଉଣ୍ଡ ଷ୍ଟାଫ ।