ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ । ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବା ନେଇ ଘୋଷଣା କରାଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଫୁଡ ଡେଲିଭରି ବୟ ଏବେ ପଞ୍ଜୀକୃତ ହେବେ। ଏଥିସହ ସେମାନଙ୍କୁ ସରକାରଙ୍କଠାରୁ ବୀମା କଭରର ସୁବିଧା ଦିଆଯିବ । ସରକାରଙ୍କ ଏହି ପଦକ୍ଷେପର ଲାଭ ପାଇବେ ଏକ କୋଟି ଲୋକ । ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ସହିତ ଗିଗ୍ ଏବଂ ଅନଲାଇନ୍ ପ୍ଲାଟଫର୍ମ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ପରିଚୟ ପତ୍ର ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣର ସୁବିଧା ଯୋଗାଇ ଦିଆଯିବ ।
ଅଧିକ ପଢନ୍ତୁ: ବଜେଟରେ ସ୍ୱାସ୍ଥ୍ୟସେବାକୁ ନେଇ ବଡ଼ ଘୋଷଣା, ସବୁ ଜିଲ୍ଲାରେ ହେବ କ୍ୟାନ୍ସର ହସ୍ପିଟାଲ, ୫ ବର୍ଷରେ ୭୫ ହଜାର ମେଡ଼ିକାଲ ସିଟ୍ କରାଯିବ ବୃଦ୍ଧି
ବର୍ତ୍ତମାନ ସମୟରେ ଏହି ଡେଲିଭରୀ ବୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଆଖି ଆଗରେ ରଖି ଗିଗ୍ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ମିଳିଥିବା ସୂଚନା ମୁତାବକ, ଶ୍ରମ ମନ୍ତ୍ରାଳୟ ଆଗାମୀ ଦିନରେ ୧୦ କୋଟି ରେଜିଷ୍ଟ୍ରେସନ୍ କରିବାକୁ ଯାଉଛି । ଖାସ୍ କରି ଓଲା, ଉବେର, ଆମାଜନ୍, ଫ୍ଲିପକାର୍ଟ ଭଳି କମ୍ପାନୀରେ ପାର୍ଟ ଟାଇମ୍ ଜବ୍ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ଏହା ସହିତ ସେମାନେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସ୍ଵାସ୍ଥ୍ୟ ବୀମା ସୁବିଧା ମଧ୍ୟ ପାଇବେ। ଏଥିରୁ ଏକ କୋଟି ଲୋକ ଉପକୃତ ହେବେ।