ନୂଆଦିଲ୍ଲୀ: ଚଳିତ ବର୍ଷର ବଜେଟ୍ ହେଉଛି ଭାରତୀୟଙ୍କ ଆଶାର ବଜେଟ୍ । ଏହା ସଞ୍ଚୟ ବୃଦ୍ଧି କରିବା ସହିତ ନାଗରିକଙ୍କ ପକେଟକୁ ପୂରଣ କରିବ । ନିବେଶକୁ ମଧ୍ୟ ବୃଦ୍ଧି ପାଇବ ଏବଂ ବିକାଶ ଖିପ୍ର ଗତିରେ ବୃଦ୍ଧି କରିବ । ଶନିବାର ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ ଏକ ଭିଡ଼ିଏ ଜାରି କରି କହିଛନ୍ତି ଯେ ଏ ବଜେଟ୍ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍ । ଏ ପ୍ରତି ଭାରତୀୟଙ୍କ ସ୍ୱପ୍ନ କରିବାର ବଜେଟ୍ ଅଟେ । ସାଧାରଣ ନାଗରିକଙ୍କ ପକେଟକୁ ପୂରଣ କରିବା ସହିତ ସଞ୍ଚୟକୁ ବୃଦ୍ଧି କରିବ । ବିକାଶକୁ ଦ୍ରୁତ ଗତିରେ ବୃଦ୍ଧି କରିବ । ଏଥି ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସାଧାରଣ ଭାବେ ସରକାରଙ୍କ ପାଣ୍ଠି କେମିତି ପୂରଣ ହେବ ତାହା ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଏ ବଜେଟ୍ ସମ୍ପୂର୍ଣ୍ଣ ଓଲଟା ଅଟେ । ଦେଶର ନାଗରିକଙ୍କର ସଞ୍ଚୟ କେମିତି ବଢ଼ିବ, ପକେଟ୍ କେମିତି ପୂରଣ ହେବ, ଦେଶର ନାଗରିକ ବିକାଶର କେମିତି ଅଂଶ ହେବ, ଏହି ବଜେଟ ତାହାର ମୂଳଦୂଆ ସ୍ଥାପନ କରିଛି ।
ବଜେଟରେ ରୋଜଗାରର ସମସ୍ତ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି । ବଜେଟ୍ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଛି, ଯାହା ଆଗାମୀ ସମୟରେ ଏକ ବଡ଼ ପରିବର୍ତ୍ତନ ଆଣିବ । ପ୍ରଥମତଃ ଭିତ୍ତିଭୂମି ପ୍ରତିଷ୍ଠା, ଯାହାକି ରୋଜଗାର ବୃଦ୍ଧି କରିବ । ଦ୍ୱିତୀୟରେ ପର୍ୟ୍ୟଟନକୁ ଗୁରୁତ୍ୱ ଦିଆଯାଇଛି । ଦେଶରେ ପର୍ୟ୍ୟଟନ ପାଇଁ ଅନେକ ସମ୍ଭାବନା ରହିଛି । ୫୦ଟି ପ୍ରମୁଖ ପର୍ୟ୍ୟଟନ ସ୍ଥଳୀର ବିକାଶ କରାଯିବ, ଯାହାକି ଭିତ୍ତିଭୂମିର ଅଧିନରେ ଆସୁଛି । ଏହା ଦ୍ୱାରା ମଧ୍ୟ ରୋଜଗାର ବୃଦ୍ଧି କରିବ । ୧ କୋଟି ପାଣ୍ଡୁଲିପି ପାଇଁ ଜ୍ଞାନ ଭାରତ ମିଶନ ଘୋଷଣା କରାଯାଇଛି ।
ସେହିପରି କୃଷକଙ୍କ ପାଇଁ ଯେଉଁ ଘୋଷଣା ହୋଇଛି, ତାହା କୃଷି କ୍ଷେତ୍ର ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ନୂଆ କ୍ରାନ୍ତିର ଆଧାର ହେବ । ପିଏମ ଧନଧାନ୍ୟ ଯୋଜନା ଅଧିନରେ ୧୦୦ ଜିଲ୍ଲାରେ ସିଞ୍ଚନ ଓ ଭିତ୍ତିଭୂମିର ବିକାଶ କରାଯିବ । ୧୨ ଲକ୍ଷ ପର୍ୟ୍ୟନ୍ତ ଆୟକୁ କରମୁକ୍ତ କରାଯାଇଛି । ସମସ୍ତ ଆୟକାରୀ ବର୍ଗ ପାଇଁ ଟିକସରେ ହ୍ରାସ କରାଯାଇଛି । ମଧ୍ୟବିତ୍ତ ଶ୍ରେଣୀ ପରିବାର ବହୁତ ବଡ଼ ଲାଭ ମିଳିବ । ଯେଉଁମାନେ ନୂଆ ଚାକିରି କରୁଛନ୍ତି କର ମୁକ୍ତ ଏକ ନୂଆ ସୁଯୋଗ ସୃଷ୍ଟି କରିବ । ଉତ୍ପାଦନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏମଏମଏମଇ, କ୍ଷୁଦ୍ର ଉଦ୍ୟୋଗୀକୁ ମଜବୁତ କରିବ ।
ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ଉପସ୍ଥାପିତ ବଜେଟ୍ ଅତ୍ୟନ୍ତ ସନ୍ତୁଳିତ, ଅନ୍ତର୍ଭୁକ୍ତ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ବଜେଟ୍ ଯାହା ବିକଶିତ ଭାରତର ସଂକଳ୍ପକୁ ପ୍ରୋତ୍ସାହିତ କରେ।