ନୂଆଦିଲ୍ଲୀ:ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ସମ୍ପର୍କରେ ଅନେକ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ହାରରେ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ । ଗ୍ରୀନଫିଲ୍ଡ ବିମାନବନ୍ଦର ବିକଶିତ କରାଯିବ ।
ବିହାରରେ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ
ବିହାରରେ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ । ବିହାରରେ ମଖାନା ବହୁଳ ପରିମାଣରେ ଚାଷ କରାଯାଏ । ଏପରି ପରିସ୍ଥିତିରେ, ମଖାନା ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ମଧ୍ୟ ତାଲିମ ଦିଆଯିବ। ମଖାନା ବୋର୍ଡ ଚାଷୀମାନଙ୍କ ଲାଭ ପାଇଁ କାମ କରିବ । ଏହା ଦ୍ବାରା ମଖାନାର ଅଧିକ ଉତ୍ପାଦନ କରାଯାଇପାରିବ ଏବଂ ଏହାକୁ ପ୍ରୋତ୍ସାହିତ କରାଯାଇପାରିବ ।
ଗ୍ରୀନଫିଲ୍ଡ ବିମାନବନ୍ଦରର ବିକଶିତ
ଏହା ସହ ବିହାରରେ ଗ୍ରୀନଫିଲ୍ଡ ବିମାନବନ୍ଦର ବିକଶିତ କରାଯିବ । ପାଟନା ବିମାନବନ୍ଦରକୁ ସମ୍ପ୍ରସାରିତ କରାଯିବ । ପାଟନା ଏବଂ ବିହଟା ବିମାନବନ୍ଦର ବ୍ୟତୀତ ଏକ ଅତିରିକ୍ତ ବିମାନବନ୍ଦର ନିର୍ମାଣ କରାଯିବ ।
ଅଧିକ ପଢନ୍ତୁ: ବଜେଟ୍ ୨୦୨୫-୨୬ରେ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା?